ହଉ କିଛି ନୂଆ

ରାଜନୈତିକ ଦୃଷ୍ଟିକୋଣରୁ ୨୦୨୪ ଓଡ଼ିଶା ପାଇଁ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ। ବିଜୁ ଜନତା ଦଳ(ବିଜେଡି)ର ୨୪ ବର୍ଷ ଶାସନର ଅବସାନ ଘଟିଥିଲା। ଲୋକଙ୍କର ଏକ ନୀରବ ବିପ୍ଳବ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ଭୋଟର ସ୍ପଷ୍ଟ କରିଦେଲେ ଯେ, ଗଣତନ୍ତ୍ରରେ ସାମନ୍ତବାଦର ସ୍ଥାନ ନାହିଁ। କେତେକ ଗୋଷ୍ଠୀ ଏହି ନିର୍ବାଚନୀ ବିପର୍ଯ୍ୟୟ ଭି.କେ.ପାଣ୍ଡିଆନଙ୍କ ଯୋଗୁ ହୋଇଥିବା କହୁଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାଜୟ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଶ୍ରେୟ ଦେଉଛନ୍ତି। ନିକଟରେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସରେ ଦଳୀୟ ସଭାପତି ନବୀନ କହିଥିଲେ, ଭାଜପାର ନକାରାତ୍ମକ ପ୍ରଚାରକୁ କାଉଣ୍ଟର କରିପାରିଲୁ ନାହିଁ। ବାସ୍ତବରେ ଦେଖିବାକୁ ଗଲେ ଏହି ପରାଜୟ ପାଇଁ ପାଣ୍ଡିଆନ ନୁହନ୍ତି କି ଭାଜପା ନୁହେଁ, ନିଜେ ନବୀନ ଦାୟୀ। ସାଧାରଣତଃ ପ୍ରଶାସନିକ ବ୍ୟବସ୍ଥାରେ ଜଣେ ଆଇଏଏସ୍‌ ଅଧିକାରୀ ସରକାରୀ ଚାକିରିରୁ ଅବସର ନେବାପରେ ନିଜ ଜନ୍ମସ୍ଥାନକୁ ଫେରିଯିବା ଲକ୍ଷ୍ୟ କରାଯାଏ। କିନ୍ତୁ ପାଣ୍ଡିଆନଙ୍କୁ ଦଳର ମଙ୍ଗ ଧରାଇ ନବୀନ ନିଜେ ଓଡ଼ିଆ ଲୋକଙ୍କୁ ତାଚ୍ଛଲ୍ୟ କରିଥିଲେ। ନବୀନ ଭାବିଥିଲେ ଯେ ସେ ଛେଳି, ମେଣ୍ଢା, ବଳଦ, ବିଲୁଆ ଯାହାକୁ ନାହିଁ ତାକୁ ଛିଡ଼ା କରିଦେଲେ ସେ ଜିତିଯିବ। ଓଡ଼ିଶାକୁ ନିଜର ଜାଗିରି ବୋଲି ଧରି ନେଇଥିଲେ। ବିଜେଡିର ଜନ୍ମଲଗ୍ନକୁ ଦେଖିଲେ ୧୯୯୭ରେ ପ୍ରତିଷ୍ଠା ସମୟରେ ନବୀନଙ୍କ ଭୂମିକା ଅତି ନଗଣ୍ୟ ଥିଲା। ଯେଉଁମାନେ ଦଳ ଗଢ଼ିଥିଲେ ଧୀରେ ଧୀରେ ସେମାନଙ୍କୁ ଅଣଦେଖା କରାଯାଇ ମୁଷ୍ଟିମେୟ ଗୋଷ୍ଠୀଙ୍କୁ ଧରି ସେ ଶାସନ ଚଳାଇଥିଲେ। ତାଙ୍କ କାନି ଧରି କେତେକେ ପାରି ହୋଇଗଲେ। ହେଲେ ନବୀନ ବୁଝିବା ଦରକାର ଥିଲା ଯେ, ସେ କ୍ଷମତାକୁ ଆସିବା ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତି ରାଜ୍ୟବାସୀଙ୍କ ପ୍ରଚୁର ଘୃଣାଭାବ ନିଅଁ ପକାଇଥିଲା। ଦୀର୍ଘ ୧୪ ବର୍ଷ କଂଗ୍ରେସ ଶାସନରେ ଜାନକୀଙ୍କ ଜଘନ୍ୟ କାର୍ଯ୍ୟକଳାପ ଓଡ଼ିଶା ଲୋକଙ୍କୁ ଅନ୍ତରରୁ ଘୃଣା କରିବା ପାଇଁ ବାଧ୍ୟ କରିଥିଲା। ସେହି ଭାବନା ଆଜି ପର୍ଯ୍ୟନ୍ତ ଓଡ଼ିଆଙ୍କ ମନରେ ଅଛି ବୋଲି କଂଗ୍ରେସ ଭଳି ଏକ ଜାତୀୟ ଦଳ ସମ୍ପୂର୍ଣ୍ଣ ଭାବେ ପଙ୍ଗୁ ହୋଇଯାଇଛି। ଏପରିକି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରିବାର ଓ ସମ୍ପର୍କୀୟ ରାଜନୈତିକ ସଫଳତା ଦେଖିପାରୁ ନାହାନ୍ତି। ଏତିକିବେଳେ ନେତୃତ୍ୱବିହୀନ କଂଗ୍ରେସର ଅଧୋଽଗତି ମଧ୍ୟ ବିଜେଡିକୁ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା। ତେବେ ୧୯୯୭ରେ ବିଜେଡି ଗଠନ ହେବା ପରେ ୧୯୯୮ ଲୋକ ସଭା ନିର୍ବାଚନରେ ଆଶ୍ଚର୍ଯ୍ୟଜନକ ଭାବେ ସଫଳତା ପାଇଥିଲା। ତା’ପରେ ଭାଜପା ସମର୍ଥନରେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି କ୍ଷମତା ଧରି ରଖିବାରେ ସକ୍ଷମ ହୋଇଥିଲା। ଏହି ସମୟ ମଧ୍ୟରେ ପ୍ୟାରୀମୋହନ ମହାପାତ୍ର ଯେଉଁ ଭିତ୍ତିଭୂମି ସୃଷ୍ଟି କରିପାରିଥିଲେ, ତାହା ଉପରେ ନିର୍ଭର କରି ବିଜୁ ଜନତା ଦଳ ଏକାକୀ ୨୦୦୯ ନିର୍ବାଚନ ଲଢ଼ି ଜିତିପାରିଥିଲା। ଏହା ସତ୍ୟ ଯେ, ନବୀନଙ୍କ ନାମରେ ଭୋଟ ଆସୁଥିଲା। କିନ୍ତୁ ପ୍ୟାରୀଙ୍କ ଭଳି ଦଳର ଆହୁରି ଅନେକ ସଦସ୍ୟ କଳସରେ ଆଞ୍ଜୁଳେ ପାଣି ଢାଳିବା ହେତୁ ବିଜୁ ଜନତା ଦଳ ୨୪ ବର୍ଷ ତିଷ୍ଠିଲା। ୨୦୧୯ ପରେ ପାଗଳାମି ଆରମ୍ଭ ହୋଇଥିଲା। ଆଜି ଯଦି କେହି କହୁଥାଏ ଯେ, ବିଜେଡି କେବଳ ନବୀନଙ୍କ ନାମରେ ୫ ଥର ଜିତିଥିଲା, ତେବେ ୬ଷ୍ଠ ଥର ପରାଜୟ ପାଇଁ ମଧ୍ୟ ସେହି ନେତା ସମ୍ପୂର୍ଣ୍ଣ ଦାୟୀ ହେବେ।
ପ୍ରଥମଥର ପାଇଁ ଓଡ଼ିଶାରେ ଭାଜପା ସରକାର ଗଠନ କରିଛି। ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟର କୋଣ ଅନୁକୋଣକୁ ନିଜେ ବୁଲିବା ସହିତ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଧାୟକମାନଙ୍କୁ ବିଭିନ୍ନ ଅଞ୍ଚଳ ଯାଇ ଲୋକଙ୍କ ଅଭିଯୋଗ ଓ ସମସ୍ୟା ବୁଝିବା ଉପରେ ଗୁରୁତ୍ୱ ଦେଉଛନ୍ତି। ସେ ଏଭଳି ଏକ ସକାରାମତ୍କ ବାତାବରଣ ସୃଷ୍ଟି କରୁଛନ୍ତି, ଯାହା ଏକ ଦୃଢ଼ ଗଣତାନ୍ତ୍ରିକ ସରକାରର ସଙ୍କେତ ଦେଉଛି। ଏହା ଜଣାଶୁଣା ଯେ ଜଣେ ନେତା ଲୋକଙ୍କ ପାଖକୁ ଗଲେ ସାଧାରଣରେ ସରକାରଙ୍କ ଉପରେ ଆସ୍ଥା ଓ ଭରସା ବୃଦ୍ଧି ପାଇଥାଏ। ଗୋଟେ ମାନସିକତା ରହିଆସିଛି ଯେ ଆମକୁ ଶାସନ କରୁଥିବା ଜଣେ କେହି ରାଜା ବା ସମ୍ଭ୍ରାନ୍ତ ବର୍ଗର ହୋଇଥିବା ଦରକାର। କିନ୍ତୁ ନୂଆ ସରକାର ସେଭଳି ନେତାଙ୍କ ଠାଣିକୁ ଭାଙ୍ଗି ଲୋକଙ୍କ ସରକାର ହେବାକୁ ଚେଷ୍ଟା କରିବା ରାଜ୍ୟ ପାଇଁ ଏକ ଶୁଭ ସଙ୍କେତ। ଦେଶର ଅନ୍ୟାନ୍ୟ ଭାଜପା ଶାସିତ ରାଜ୍ୟ ବିଶେଷକରି ଉତ୍ତର ଭାରତରେ ସଂଖ୍ୟାଲଘୁଙ୍କ ପ୍ରତି ଅସୂୟାଭାବ ଦେଖାଦେବା ସହ ଧର୍ମୀୟ ବାଛବିଚାର ଓ ବିଭାଜନ ରାଜନୀତି ସର୍ବାଗ୍ରେ ରହୁଥିବାବେଳେ ଓଡ଼ିଶାରେ ତାହାର କୌଣସି ମାତ୍ର ପ୍ରଭାବ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ। ଅର୍ଥାତ୍‌ ଜାତୀୟ ଭାଜପାର ଅଗଣତାନ୍ତ୍ରିକ ଚରିତ୍ରଠାରୁ ଓଡ଼ିଶାରେ ପ୍ରାରମ୍ଭିକ ସ୍ତରରେ, ଭାଜପା ସରକାର, ଏକ ସ୍ବାଗତଯୋଗ୍ୟ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପସନ୍ଦ କରେ ବୋଲି ଦର୍ଶାଉଛି। ଏହିଭଳି ଆଭିମୁଖ୍ୟ ଭବିଷ୍ୟତରେ ରହିଲେ ସେହି ଦଳ ଓ ତା’ର ନେତୃବୃନ୍ଦଙ୍କୁ ଦୀର୍ଘମିଆଦୀ ରାଜନୈତିକ ଲାଭ ଆଣିଦେଇ ପାରିବ। କାରଣ ଓଡ଼ିଶାବାସୀ କେବେହେଲେ ହିଂସାତ୍ମକ କାର୍ଯ୍ୟକଳାପକୁ ପସନ୍ଦ କରନ୍ତି ନାହିଁ। ନିକଟରେ ବାଲେଶ୍ୱର ଜିଲା ରେମୁଣା ଥାନା ଛଣଖଣପୁରରେ ଘଟିଥିବା ଘଟଣା ରାଜ୍ୟ ପାଇଁ ଏକ ନକାରାତ୍ମକ ଛବି ଦେଖାଉଛି। ଅନ୍ୟପଟେ ବିଜେଡି ସରକାର ଅମଳରେ ଲୋକଙ୍କ ପାଖକୁ ପଦଯାତ୍ରାରେ ଯିବା ଗୋଟେ ଫେଶନ ହୋଇଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ୨ ଅକ୍ଟୋବରରୁ ୧୧ ଅକ୍ଟୋବର ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଯାଏ ଜନସମ୍ପର୍କ ଯାତ୍ରା କିଭଳି ଚାଲିଥିଲା ତାହା ଆମେ ଦେଖିଛୁ। ଶେଷରେ ‘ନୂଆ-ଓ’ ଏବଂ ନବୀନ ଓଡ଼ିଶା ଭଳି କାର୍ଯ୍ୟକ୍ରମ ବିଜେଡିକୁ କ୍ଷତି ପହଞ୍ଚାଇଥିଲା।
ନୂଆବର୍ଷ ୨୦୨୫ ଆସିଛି। ଏକ ସୁସ୍ଥ ଗଣତନ୍ତ୍ର ସକାଶେ ଶକ୍ତିଶାଳୀ ବିରୋଧୀ ଦଳର ମଧ୍ୟ ଆବଶ୍ୟକତା ଅଛି। କାରଣ ଆସନ୍ତାଦିନର ରାଜନୀତି ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ବିକଳ୍ପ ଦେଖିବା ଲାଗି ଓଡ଼ିଶା ଭୋଟରଙ୍କୁ ସୁଯୋଗ ମିଳିବା ଦରକାର। ଏବେ ସକାରାତ୍ମକ ରାଜନୀତି ଆରମ୍ଭ କରିବାକୁ ହେବ। ଓଡ଼ିଶାର ରାଜନୈତିକ ଇତିହାସ କହୁଛି ଯେ ଏହି ରାଜ୍ୟରେ ଜାତୀୟ ଦଳ ପରିବର୍ତ୍ତେ ସାଧାରଣ ଓଡ଼ିଆ ଭୋଟର ୧୯୬୦ ଦଶନ୍ଧିରୁ, ଯେତେବେଳେ ସୁଯୋଗ ମିଳିଛି, ଆଞ୍ଚଳିକ ନେତୃତ୍ୱକୁ ସମର୍ଥନ କରିଆସିଛନ୍ତି। ଜାନକୀଙ୍କୁ ବିରୋଧ କରି ନବୀନ ଆସିଥିଲେ। ୨୪ ବର୍ଷର ଶାସନ ପରେ ନବୀନଙ୍କୁ ନାପସନ୍ଦ କରି ଓଡ଼ିଆ ଭୋଟର ଭାଜପାକୁ ଆଣିଲେ। ଏବେ ସକାରାତ୍ମକ ଚିନ୍ତାରେ ବିରୋଧୀ ଛିଡ଼ାହେଲେ ନାପସନ୍ଦ ପରିବର୍ତ୍ତେ ପସନ୍ଦ ପାଇଁ ରାଜନୀତି କରିବାର ସୁଯୋଗ ସୃଷ୍ଟି ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ା ଘରେ ରହୁଛନ୍ତି ବାପା-ମା’: ଆଇପିଏଲରେ ଚମତ୍କାର କଲେ ପୁଅ

ନୂଆଦିଲ୍ଲୀ,୧।୪: ପ୍ରିୟାଂଶ ଆର୍ଯ୍ୟା ଆଇପିଏଲରେ ଡେବ୍ୟୁ କରିଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ଖେଳାଳି ଦ୍ରୁତ ୪୭ ରନ କରି ପଞ୍ଜାବ କିଙ୍ଗସକୁ ଏକ...

IPL 2025: ରୋହିତ ଶର୍ମାଙ୍କୁ ଇଗନୋର କଲେ ନୀତା ଅମ୍ବାନୀ, ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୪: ରୋହିତ ଶର୍ମାଙ୍କ ପାଇଁ ଆଇପିଏଲ ୨୦୨୫ କିଛି ଖାସ୍‌ ହୋଇନାହିଁ। ପ୍ରଥମ ତିନୋଟି ମ୍ୟାଚରେ ହିଟମ୍ୟାନଙ୍କ ପ୍ରଦର୍ଶନ ବହୁତ ଲଜ୍ଜାଜନକ ଥିଲା। ଏହି କାରଣରୁ...

ଭାରତରେ ହେବ ଭୟଙ୍କର ଭୂକମ୍ପ? ଡରାଉଛି IIT ବୈଜ୍ଞାନିକଙ୍କ ଚେତାବନୀ

କାନପୁର,୧।୪: ଶୁକ୍ରବାର (ମାର୍ଚ୍ଚ ୨୮) ଅପରାହ୍ନରେ ମ୍ୟାନମାରରେ ୭.୭ ଏବଂ ୬.୪ ତୀବ୍ରତାର ଦୁଇଟି ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ ମ୍ୟାନମାରରେ...

କାଲିଠୁ ଯୁକ୍ତ ଦୁଇ ଖାତାଦେଖା, ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୧ା୪: ଆସନ୍ତାକାଲି ଅର୍ଥାତ୍‌ ବୁଧବାରଠାରୁ +୨ ଖାତାଦେଖା ଆରମ୍ଭ ହେବ। ତେବେ ମେ’ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା...

Moody’s Report: ବିଶ୍ୱରେ ମୋଦିଙ୍କ ଜଲଓ୍ବା, G-20 ଦେଶମାନଙ୍କ ମଧ୍ୟରେ ଭାରତର ଅଭିବୃଦ୍ଧି ହାର ସବୁଠୁ ଦ୍ରୁତ

ନୂଆଦିଲ୍ଲୀ,୧।୪: ୨୦୨୪-୨୫ ବର୍ଷରେ ଭାରତର ଅର୍ଥନୀତି ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ପାଇବ, ଯାହା G-୨୦ର ବିକଶିତ ଏବଂ ଉଦୀୟମାନ ଦେଶମାନଙ୍କ ମଧ୍ୟରେ ସର୍ବାଧିକ ହେବ...

ଜଙ୍ଗଲ-ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଭିଡିଓ ପ୍ରଦର୍ଶନ କରି…

କେସିଙ୍ଗା,୧ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳର ରେଞ୍ଜର ଏସ୍‌.ଏସ୍‌.ବଳୀୟାରସିଂଙ୍କ ନେତୃତ୍ୱରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗ୍ରାମରେ ଭିଡିଓ ଦ୍ୱାରା ଲୋକଙ୍କୁ ସଚେତନତା କରାଯାଇଛି।...

ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କରି ଗଣଶିକ୍ଷା ମନ୍ତ୍ରୀ କହିଲେ ରାଜ୍ୟର…

ଉମରକୋଟ,୧ା୪: ନବରଙ୍ଗପୁର ଜିଲା ଉମରକୋଟଠାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।...

ସ୍ବାମୀଙ୍କ ସାମ୍ନାରେ ମହିଳାଙ୍କୁ ଗଣବଳାତ୍କାର: ବିରୋଧ କରିବାରୁ…

ନାଳନ୍ଦା,୧।୪: ବିହାରରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଛି। ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହିତ ଏକ ବାଇକରେ ଜଣେ ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ। ବାଟରେ ଦୁଇଜଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image