Categories: ଫୁରସତ

ପ୍ରେମ ମାନିଲାନି କରୋନା, ଡାକ୍ତରଖାନାରେ ଘଟିଲା କିଛି ଏମିତି…

କୁହାଯାଏ, ପ୍ରେମ ମାନେ ନାହିଁ କୌଣସି ବାଧା କି ବନ୍ଧନ। ଏହି ଉକ୍ତିକୁ ସାକାର କରି ଦେଖାଇଛନ୍ତି ଜଣେ କରୋନା ଆକ୍ରାନ୍ତ। କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ଗୁରୁତର ରୋଗୀ ତାଙ୍କ ପ୍ରେମିକାଙ୍କୁ ଡାକ୍ତରଖାନାରେ ହିଁ ବିବାହ କରିଛନ୍ତି। ଡାକ୍ତରଖାନାର ନର୍ସମାନେ ତାଙ୍କ ବିବାହ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଘଟଣା ଦେଖିବାକୁ ମିଳିଛି, ଆମେରିକାର ଟେକ୍ସାସରେ।


କାର୍ଲୋସ ମୁନିଜ ନାମକ ଜଣେ ବ୍ୟକ୍ତି କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଥିଲେ। କିଛିଦିନ ପୂର୍ବରୁ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ରହିଥିଲା। ଡାକ୍ତରଙ୍କ ଅନୁଯାୟୀ, କାର୍ଲୋସ ସୁସ୍ଥ ହେବାକୁ ଆହୁରି ସମୟ ଲାଗିବ।

କାର୍ଲୋସ ଅଗଷ୍ଟ ୧୧ରେ ଟେକ୍ସାସର ମେଥୋଡିଷ୍ଟ ହସ୍ପିଟାଲରେ ବିବାହ କରିଛନ୍ତି। ବାସ୍ତବ କଥା ହେଲା ଗ୍ରେସ୍‌ଙ୍କ ସହିତ କାର୍ଲୋସଙ୍କ ବିବାହ ସ୍ଥିର ହୋଇଥିଲା। କିଛି ଦିନ ପରେ କାର୍ଲୋସ ଅସୁସ୍ଥ ହୋଇପଡ଼ିଥିଲେ। ଅବସ୍ଥା ବିଗିଡ଼ିଯିବା ପରେ ତାଙ୍କୁ ଆଇସିୟୁରେ ରହିବାକୁ ମଧ୍ୟ ପଡ଼ିଥିଲା।

ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ଏକ ମାସ ଧରି ଗୁରୁତର ଅସୁସ୍ଥ ହେବା ପରେ କାର୍ଲୋସଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଗ୍ରେସ କହିଛନ୍ତି ଯେ, ଯେତେବେଳେ ତାଙ୍କର ଫୁସ୍‌ଫୁସ୍‌ ଖରାପ ହୋଇଯାଇଥିଲା ସେତେବେଳେ ସେ କାର୍ଲୋସଙ୍କୁ ହରାଇଥିଲେ। ଗ୍ରେସ୍‌ ନର୍ସଙ୍କୁ କହିଥିଲେ ଯେ, କରୋନା କାରଣରୁ ତାଙ୍କ ବିବାହ ସ୍ଥଗିତ ରଖାଯାଇଥିଲା। ତେଣୁ ନର୍ସ କାର୍ଲୋସଙ୍କୁ ଉତ୍ସାହିତ କରିବା ପାଇଁ ଡାକ୍ତରଖାନାରେ ବିବାହ କରାଇବା ପାଇଁ ବନ୍ଦୋବସ୍ତ କରିଥିଲେ। ନର୍ସମାନେ କହିଛନ୍ତି, ବିବାହ ପରେ କାର୍ଲୋସଙ୍କଠାରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଛି।

Share