ଇସଲମାବାଦ,୨୭।୮: ଭାରତ ଏବଂ ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ଟେଷ୍ଟରେ ଆୟୋଜକ ଇଂଲଣ୍ଡ ଏହି ମ୍ୟାଚରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଛି। ପ୍ରଥମେ ଟସ ଜିତି ବ୍ୟାଟିଂ କରି ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୭୮ ରନରେ ଅଲଆଉଟ୍ ହୋଇଇଯାଇଥିଲା। ଏହା ପରେ ତୃତୀୟ ଦିନର ଖେଳ ଶେଷ ପର୍ଯ୍ୟନ୍ତ ୮ ଉଇକେଟ ହରାଇ ଇଂଲଣ୍ଡ ୪୨୩ ରନ ସଂଗ୍ରହ କରିଛି। ଗୋଟିଏ ବର୍ଷରେ ଦ୍ୱିତୀୟ ଥର ପାଇଁ ଟେଷ୍ଟ କ୍ରିକେଟରେ ଟିମ ଇଣ୍ଡିଆ ସର୍ବନିମ୍ନ ସ୍କୋର କରିଛି। ଏହାପୂର୍ବରୁ ଗତ ବର୍ଷ ଡିସେମ୍ବର ମାସରେ ଆଡିଲେଡ ଟେଷ୍ଟରେ ଦଳ ୩୬ ରନ ଅଲଆଉଟ ହୋଇଯାଇଥିଲା। ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ ଭାରତର ଖରାପ ବ୍ୟାଟିଂକୁ ନେଇ ବଡ଼ ବିବୃତ୍ତି ଦେଇଛନ୍ତି। ବଟ୍ଟ କହିଛନ୍ତି ଯେ, ଟିମ ଇଣ୍ଡିଆ ବହୁତ କ୍ରିକେଟ ଖେଳୁଛି। ଅଧିକ କ୍ରିକେଟ୍ ଯୋଗୁ ଖେଳାଳିଙ୍କ ମାନସିକ ସ୍ତରରେ ପ୍ରଭାବ ପଡିବା ସ୍ବାଭାବିକ। ଭାରତୀୟ ଖେଳାଳିଙ୍କ ସହ ତାହା ଘଟିଛି। ଅଧିକ କ୍ରିକେଟ୍ ଖେଳିବା ଯୋଗୁ ଭାରତୀୟ ଖେଳାଳିଙ୍କ ବେଳେବେଳେ ମସ୍ତିଷ୍କ କାମ କରୁନାହିଁ ବୋଲି ସେ କହିଛନ୍ତି।