Categories: ଖେଳ

ବେଳେବେଳ ହାରିବା ଭଲ: ହାର୍ଦ୍ଦିକ ପାଣ୍ଡ୍ୟା

ଫ୍ଲୋରିଡା,୧୪।୮: ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତୀୟ ଦଳ ୩-୨ ପରାଜୟର ସମ୍ମୁଖୀନ ହୋଇଛି। ଏହି ସିରିଜର ଶେଷ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଦଳ ବ୍ରେଣ୍ଡନ କିଙ୍ଗଙ୍କ ଅପରାଜିତ ଇନିଂସ ଆଧାରରେ ଭାରତକୁ ୮ ଉଇକେଟରେ ପରାସ୍ତ କରିଛି। ସିରିଜ ପରାଜୟ ପରେ ମଧ୍ୟ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଆଦୌ ନିରାଶା ପ୍ରକାଶ କରି ନାହାଁନ୍ତି।
ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ପରାଜୟ ପରେ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, ଆମେ ପରିସ୍ଥିତିର ଲାଭ ଉଠାଇ ପାରିଲୁ ନାହିଁ । ଆମେ ନିଜକୁ ଚ୍ୟାଲେଞ୍ଜ କରିବା ଉଚିତ୍‌। ଆମକୁ ଏଠାରୁ ଭଲ ହେବାକୁ ପଡିବ। ଆମକୁ ସବୁକିଛି ବିସ୍ତୃତ ଭାବରେ ବ୍ୟାଖ୍ୟା କରିବାର ଆବଶ୍ୟକତା ନାହିଁ। ମୁଁ ଜାଣେ ଦଳର ସମସ୍ତ ଖେଳାଳିଙ୍କ ଏହି କଥା ବୁଝିବା ପାଇଁ ଯଥେଷ୍ଟ ସମୟ ଅଛି। ବେଳେବେଳେ ହାରିବା ମଧ୍ୟ ଭଲ।ଯଦି ଆମେ ସକରାତ୍ମକ ଦିଗକୁ ଦେଖିବା, ତେବେ ଆମେ କ୍ରମରେ ଅନେକ ଜିନିଷ ଶିଖିଛୁ। ଯୁବ ଖେଳାଳିଙ୍କ ଭଲ ପ୍ରଦର୍ଶନ ଦେଖି ମୁଁ ବହୁତ ଖୁସି।
ଭାରତୀୟ ଦଳ ତରଫରୁ ତିଲକ ବର୍ମା ନିଜର ପ୍ରଥମ ସିରିଜ ଖେଳି ଏହି ଟି-୨୦ ସିରିଜରେ ସର୍ବାଧିକ ରନ ସଂଗ୍ରହ କରିଥିଲେ। ୨୦ ବର୍ଷୀୟ ତିଲକ ୫ଟି ଇନିଂସରେ ହାରାହାରି ୫୭.୬୭ ରନ କରି ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ୪ ଟି ମ୍ୟାଚରେ ୬ଟି ଉଇକେଟ ନେଇଥିଲେ।

Share