Categories: ଜାତୀୟ

ବେଳେବେଳେ ବୁଲଡୋଜର ଓଲଟା ଚାଲିଥାଏ, ଅଖିଳେଶଙ୍କ କଟାକ୍ଷ…

ଲକ୍ଷ୍ନୌ,୨୦।୭ : ଉତ୍ତରପ୍ରଦେଶର ଜଳ ଶକ୍ତି ରାଷ୍ଠ୍ରମନ୍ତ୍ରୀ ଦୀନେଶ ଖଟିକଙ୍କ ଇସ୍ତଫା ଏବଂ ତାଙ୍କ ଦ୍ୱାରା ଅଣାଯାଇଥିବା ଭାଜପା ସରକାରଙ୍କ ବିରୋଧରେ ଅଭିଯୋଗକୁ ନେଇ ଏବେ ଦେଶରେ ଚର୍ଚ୍ଚା ଜାରି ରହିଛି। ଏନେଇ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଟୁଇଟ କରି ଦୀନେଶ ଖଟିକଙ୍କ ଚିଠି ବିଷୟରେ ପୋଷ୍ଟ କରି କଟାକ୍ଷ କରିଛନ୍ତି। ସେ ଲେଖିଛନ୍ତି ଯେ ବେଳେବେଳେ ବୁଲଡୋଜର ମଧ୍ୟ ଓଲଟା ଚାଲିଥାଏ।

ସେ ଲେଖିଛନ୍ତି ଯେ ଯେଉଁଠାରେ ମନ୍ତ୍ରୀ ହେବାର ଗୌରବ ନାହିଁ କିନ୍ତୁ ଦଳିତ ହେବାର ଅପମାନ ମିଳିଥାଏ, ଏଭଳି ଭେଦଭାବକାରୀ ଭାଜପା ସରକାରରୁ ଇସ୍ତଫା ଦେବା ଆମ ସମାଜର ମୂଲ୍ୟବୋଧକୁ ରଖିବାର ଏକମାତ୍ର ଉପାୟ।

Share