Categories: ଜାତୀୟ

ସୋମନାଥ ଭାରତୀ ଗିରଫ

ଆମେଠି, ୧୨।୧(ପି.ଟି.): ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଆମ୍‌ ଆଦ୍‌ମୀ ପାର୍ଟି ବିଧାୟକ ସୋମନାଥ ଭାରତୀଙ୍କୁ ସୋମବାର ଉତ୍ତରପ୍ରଦେଶର ରାଏବରେଲିରୁ ଗିରଫ କରାଯାଇଛି। ଗିରଫ ପୂର୍ବରୁ ତାଙ୍କ ଉପରକୁ ଜଣେ ଯୁବକ ସ୍ୟାହି ଫିଙ୍ଗିଥିଲେ। ଧମକ ଦେବା ଓ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବଢ଼ାଇବା ଅଭିଯୋଗରେ ଏଏପି ନେତାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟର ହସ୍ପିଟାଲଗୁଡ଼ିକୁ ଲକ୍ଷ୍ୟ କରି ମନ୍ତବ୍ୟ ଦେଇଥିଲେ। ହସ୍ପିଟାଲରେ ଜନ୍ମ ହେଉଥିବା ପିଲା କୁକୁର ଛୁଆ ବୋଲି ସୋମନାଥ କହିଥିଲେ। ତାଙ୍କ ଉପରକୁ କାଳି ଫିଙ୍ଗାଯିବା ଘଟଣାର ତଦନ୍ତ ହେଉଛି।

Share