Categories: ଜାତୀୟ

ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ହେଲେ ସୋମନାଥ ଭାରତୀ

ନୂଆଦିଲ୍ଲୀ,୧୦।୩: ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କୁ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ କରାଯାଇଛି। ସୌରଭ ଭରଦ୍ୱାଜ ମନ୍ତ୍ରୀ ହେବା ପରେ ସୋମନାଥ ଭାରତୀଙ୍କୁ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ କରାଯାଇଛି। ସୌରଭ ଭରଦ୍ୱାଜଙ୍କ ପୂର୍ବରୁ ରାଘବ ଚଡ୍ଡା ଏହି ପଦବୀରେ ଥିଲେ। ରାଘବ ରାଜ୍ୟ ସଭା ଏମ୍‌ପି ହେବା ପରେ ସୌରଭଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ଦିଲ୍ଲୀ ମାଲଭିଆ ନଗରରୁ ସୋମନାଥ ଭାରତୀ ଏଏପିର ବିଧାୟକ ରହିଛନ୍ତି। ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସେ ଏହି ଆସନରୁ ବିଜୟୀ ହୋଇଥିଲେ। ସୋମନାଥ ଭାରତୀ ବୃତ୍ତିରେ ଜଣେ ଓକିଲ। ଜଣେ ଓକିଲ ଭାବେ ସୋମନାଥ ଭାରତୀ ସୁପ୍ରିମକୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟରେ ଅଭ୍ୟାସ କରିସାରିଛନ୍ତି। ୨୦୧୩ ଡିସେମ୍ବର ୨୮ରୁ ୧୪ ଫେବୃଆରୀ ୨୦୧୪ ପର୍ଯ୍ୟନ୍ତ ଦିଲ୍ଲୀ ସରକାରରେ ସେ ଆଇନ, ପର୍ଯ୍ୟଟନ, ପ୍ରଶାସନିକ ସଂସ୍କାର, କଳା ଏବଂ ସଂସ୍କୃତି ମନ୍ତ୍ରୀ ରହିଥିଲେ।

Share