ସଲମାନଙ୍କୁ ଗାଳି ଦେଇନାହିଁ,ମୋ ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଥିଲା: ସୋମି ଅଲ୍ଲୀଙ୍କ ସଫେଇ…

ବମ୍ବେ: ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କୁ ନେଇ ବଡ଼ ଖୁଲାସା କରି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ସୋମି ଅଲ୍ଲୀ ଖାନ୍‌। ପ୍ରଥମେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଅଭିନେତା ନିଜର କଥିତ ପ୍ରେମିକାମାନଙ୍କୁ ମାର୍‌ପିଟ୍‌ କରିଥିବା ସେ ପୋଷ୍ଟ କରିଥିଲେ। ହେଲେ ଏବେ ସେ ନେଇଛନ୍ତି ୟୁ-ଟର୍ନ। ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଥିଲା। ଏଣୁ ସଲମାନଙ୍କୁ ନେଇ କହିଥିବା କଥା ସେ ନୁହନ୍ତି ବରଂ ହ୍ୟାକର କହିଥିବା ସେ ଦେଇଛନ୍ତି ସଫେଇ।

ପୂର୍ବରୁ ମଧ୍ୟ ଅନେକ ଥର ସୋମି ଅଲ୍ଲୀ ସଲମାନଙ୍କ ବିରୋଧରେ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଏଥର ସେ ସଲମାନ ସହ ତାଙ୍କ ବାପାଙ୍କୁ ନେଇ ମଧ୍ୟ ବିଷଦଗାର କରିଥିଲେ। ସଲମାନଙ୍କ ବାପା ତାଙ୍କ ମା’ଙ୍କୁ ଖରାପ ବ୍ୟବହାର କରୁଥିଲେ। ଏହାସତ୍ତ୍ୱେ କିଭଳି ସେଭଳି ଲୋକଙ୍କୁ ସଲମାନ ନିଜର ଆଇଡଲ୍‌ ବୋଲି ଭାବୁଛନ୍ତି ତାହାକୁ ନେଇ ସୋମି ପ୍ରଶ୍ନ ଉଠାଇଥିଲେ। ସୋମିଙ୍କ ପୋଷ୍ଟଟି ଭାଇରାଲ ହେବା ପରେ ସଲମାନଙ୍କ ପ୍ରଶଂସକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ମାମଲା ଅଧିକ ବଢ଼ୁଥିବା ଦେଖି ସୋମି ନିଜ ଆଡୁ ସଫେଇ ଦେଇଛନ୍ତି।

Share