Posted inUncategorized

ସୌମ୍ୟ ଦଳ ଛାଡ଼ି ସମ୍ପାଦକୀୟ ଲେଖନ୍ତୁ : ପ୍ରତାପ

ଭୁବନେଶ୍ୱର,୧୦।୯(ଅନିଲ ଦାସ): ଦଳ ଓ ସରକାରଙ୍କ ବିରୋଧରେ ମତ ଦେଉଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିର ଜଣଙ୍କ ପରେ ଜଣେ ନେତା ସମାଲୋଚନା କରିଛନ୍ତି। ଶନିବାର ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ତାଙ୍କୁ ଦଳ ବିରୋଧୀ ମନ୍ତବ୍ୟ ପାଇଁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଗଣତାନ୍ତ୍ରିକ ପଦ୍ଧତିରେ ସମସ୍ତେ ମତ ରଖିପାରିବେ। ସେଥିରେ କୌଣସି ଅସୁବିଧା ନାହିଁ। ସୌମ୍ୟ ବାବୁ ନିର୍ଦ୍ଦିଷ୍ଟ ଦଳରେ ଅଛନ୍ତି ଓ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଦଳରେ ଥାଇ ସରକାର କିମ୍ବା ଦଳ ବିରୋଧରେ ସମାଲୋଚନା କରିବା ସମ୍ପୂର୍ଣ୍ଣ ଅମୂଳକ । ଏହାକୁ ବ୍ଲାକ୍‌ମେଲିଂ ବୋଲି କୁହାଯିବ।
ସେ ଜଣେ ଶିକ୍ଷିତ, ଜ୍ଞାନୀ ଗୁଣୀ ଲୋକ। ତାଙ୍କୁ ଉପଦେଶ ଦେବା ମୋର ଆବଶ୍ୟକତା ନାହିଁ। ସେ ବିଜେଡିରେ ଅଛନ୍ତି। ଯେଉଁ ପ୍ରସଙ୍ଗରେ ସେ ତାଙ୍କ ସମ୍ବାଦପତ୍ରରେ ଲେଖୁଛନ୍ତି ଓ ମତ ମନ୍ତବ୍ୟ ଦେଉଛନ୍ତି ତାହା ଠିକ୍‌ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ପାଖକୁ ଯାଉଛି, କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ଯାଉନି। ଏହାକୁ ମୁଖ୍ୟମନ୍ତ୍ରୀ ବି ସ୍ପଷ୍ଟକରି ସାରିଛନ୍ତି। ମାତ୍ର ସେଇ ଜିନିଷକୁ ବ୍ୟାଖ୍ୟା କରି ନିର୍ଦ୍ଦିଷ୍ଟ ଭାବେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆକ୍ରୋଶମୂଳକ ଭାବେ ଇଙ୍ଗିତ କରିବା ସମୀଚୀନ ନୁହେଁ । ଆପଣ ଯଦି ସ୍ବାଧୀନ ବ୍ୟକ୍ତିତ୍ୱ ହୋଇଥାନ୍ତେ ଯାହା ତାହା କହିଥିଲେ ବି କିଛି ଫରକ ପଡ଼ି ନ ଥାନ୍ତ। ନିର୍ଦ୍ଦିଷ୍ଟ ଦଳରେ ରହି ଦଳୀୟ ପ୍ଲାଟ୍‌ଫର୍ମରେ ନ କହି ଏକପାଖିଆ ଭାବେ ସବୁକଥା ଉପରେ ସମାଲୋଚନା କରୁଛନ୍ତି ତାହାକୁ ବ୍ଲାକ୍‌ମେଲିଂ ବୋଲି ହିଁ କୁହାଯିବ।
ଯଦି କୌଣସି ସେମିତି କଥା ଅଛି ଦଳୀୟ ଫୋରମ୍‌ ଭିତରେ ଉଠାଇବା ଦରକାର। ଆପଣ ଦଳୀୟ ଫୋରମ୍‌କୁ ମାନୁନାହାନ୍ତି କି ସେ ବିଷୟରେ ଅବଗତ ନୁହନ୍ତି । ତାହାହେଲେ ଏ ଦଳରେ ରହିବା ଆପଣଙ୍କର ଅନୁଚିତ। ଘର ଭିତରେ ରହି ଘର ଭିତରୁ ଆଲୋଚନା ସମାଲୋଚନା କରିବା ନିଶ୍ଚିତ ଭାବେ ଅନୁଶାସନ ଭଙ୍ଗ କରୁଛି । ଯଦି ସମ୍ପାଦକୀୟ ଲେଖିବାର ଅଛି ଦଳରୁ ବାହାରି ଯାଇ ସମ୍ପାଦକୀୟ ଲେଖନ୍ତୁ ବୋଲି ପ୍ରତାପ କହିଛନ୍ତି।
ଦଳର ଭଲମନ୍ଦ ସମ୍ପର୍କରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଉଦ୍ୟମ କରି ବହୁଥର ବିଫଳ ହୋଇଛନ୍ତି ବୋଲି ଖଣ୍ଡପଡ଼ା ବିଧାୟକ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା। କାରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ଅଛି । ଆମେମାନେ ଯିଏ ଯେତେବେଳେ ଚାହିଁଛୁ, ସେତେବେଳେ ଅବାଧରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପାଇଛୁ । କେବଳ ଆମେମାନେ ନୁହଁ, ପ୍ରତ୍ୟେକ ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବିଭିନ୍ନ ବର୍ଗର ଶହ ଶହ ଲୋକ ସାକ୍ଷାତ କରୁଛନ୍ତି । ସୌମ୍ୟବାବୁ କିଭଳି ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପାଇଲେ ନାହିଁ ବୋଲି କହୁଛନ୍ତି, ତାହା ବଡ଼ ଆଶ୍ଚର୍ଯ୍ୟର କଥା ।
ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ଥରେମାତ୍ର ବିଧାୟକ ହୋଇ ସୌମ୍ୟରଞ୍ଜନ ମୁଖ୍ୟମନ୍ତ୍ରୀଙ୍କୁ ହିଁ ପରାମର୍ଶ ଦେବାକୁ ଚାହୁଁଛନ୍ତି। ବାସ୍ତବରେ ଏହା ପରାମର୍ଶ ନା ସମାଲୋଚନା ତାହା ଜନସାଧାରଣ ହିଁ ବିଚାର କରନ୍ତୁ। ନିଜ ମାଲିକାନାରେ ଥିବା ଖବରକାଗଜକୁ ଆୟୁଧ କରିଛନ୍ତି । ସମସ୍ତେ ଜାଣନ୍ତି, ନିଜ ବ୍ୟକ୍ତିଗତ ସ୍ବାର୍ଥ ହାସଲ ନ ହେଲେ ସୌମ୍ୟବାବୁ ଏଭଳି ହୁଅନ୍ତି । ଅତୀତରେ ଏଭଳି ଘଟଣାର ନଜିର କିଛି କମ୍‌ ନାହିଁ । ସବୁ କଥା ରାଜ୍ୟବାସୀ ଜାଣିଛନ୍ତି ବୋଲି ପ୍ରତାପ ଦେବ କହିଛନ୍ତି।
ପ୍ରତିକ୍ରିୟାରେ ସୌମ୍ୟ କହିଛନ୍ତି, ପ୍ରତାପ ଦେବ ଯେଉଁ ପରାମର୍ଶ ଦେଇଛନ୍ତି, ତାହା କ’ଣ ବେଦର ଗାର। ମୁଁ ୩ଟି ଭୂମିକାରେ ଅଛି। ତେଣୁ ଦ୍ୱନ୍ଦ୍ୱ ରହିବା ସ୍ବାଭାବିକ। ଯାହା ସମ୍ପାଦକୀୟରେ ଲେଖୁଛି, ତାହା କିଭଳି ଅନୁଶାସନ ବାହାରେ ବୁଝିପାରୁନି। ମୁଁ ଦଳ କାହିଁକି ଛାଡ଼ିବି। ନିଲମ୍ବନ ଅଧିକାର ସେମାନଙ୍କର ଅଛି। ଦଳ ଶକ୍ତିଶାଳୀ ଅଛି ବୋଲି ଆମେ ନାହିରେ ତେଲ ଦେଇ ବସିବା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ପୂର୍ବରୁ ମିଶୋରେ ୮.୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୭।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ପୂର୍ବରୁ ମିଶୋ ପ୍ରାୟ ୮.୫ ଲକ୍ଷ ନୂଆ ନିଯୁକ୍ତି (ଋତୁକାଳୀନ ଚାକିରି) ଦେବ...

ହୋଟେଲ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ କରୁଥିଲେ ଇଞ୍ଜିନିୟର, ପଡ଼ିଗଲେ ଧରା

ଭୁବନେଶ୍ୱର,୫ା୯: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ବାଥ୍‌ରୁମ୍‌ରେ ବୁଧବାର ଜଣେ ମହିଳା ଗାଧୋଉଥିବା ବେଳେ ଏହାର ଭିଡିଓ ଶୁଟ୍‌ କରି ଜଣେ...

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି

ପ୍ୟାରିସ୍‌,୧ା୯: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍‌ଏଲ୍‌ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା...

ନରାକାସ୍‌ ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ୍‌/ବ୍ୟାଙ୍କ) ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ ଗୁରୁବାର ଭାରତୀୟ ଷ୍ଟେଟ...

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୮(ସତ୍ୟଜିତ୍‌ ରାଉତ):ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ...

ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା: ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ…

ମାଲକାନଗିରି,୨୬।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୨୫।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏନେଇ ପାଣିପାଗ...

ବିରାଟ ଗଛ ପାଇଲା ନୂଆ ରୂପ

ଭର୍ଜିନିଆର ୧୦୦ ଏକରବିଶିଷ୍ଟ ଆର୍ଟ ଆଣ୍ଡ ନେଚର ପାର୍କରେ ଦେଖିବାକୁ ମିଳେ ଏକ ଅଜବ ଦୃଶ୍ୟ। ପ୍ରକୃତି ଓ କଳା କାରିଗରିର ଅଦ୍ଭୁତ ମିଶ୍ରଣ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri