Categories: ଖେଳ

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ ଅବରାମ ମଧ୍ୟ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ। ଏହି ସମୟରେ ଶାହାରୁଖ ଖାନ ତାଙ୍କ ସାନପୁଅ ଅବରାମଙ୍କ ସହ ଥଟ୍ଟା କରୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଅବରାମ ପିତା ଶାହାରୁଖଙ୍କ ଏହି ଥଟ୍ଟାକୁ ପସନ୍ଦ କରି ନ ଥିଲେ ଏବଂ ତାଙ୍କ ଉପରେ ରାଗିଥିଲେ। ଶାହାରୁଖ ପ୍ରାୟତଃ ନିଜ ପିଲାମାନଙ୍କ ସହିତ ମଜା କରୁଥିବାର ଦେଖାଯାଏ, କିନ୍ତୁ ବୋଧହୁଏ ଏଥର ଅବରାମ ମଜା କରିବାର ମନୋଭାବରେ ନ ଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଶାହାରୁଖ ଅବରାମଙ୍କ ସହ ଥଟ୍ଟା କରିବାକୁ ଚେଷ୍ଟା କରିବା ମାତ୍ରେ ଅବରାମ ତାଙ୍କ ଉପରେ ରାଗିଯାନ୍ତି। ପ୍ରାୟତଃ କୋଲକ୍‌ାତା ମ୍ୟାଚ୍‌ରେ ଖେଳାଳିଙ୍କୁ ଚିୟର୍‌ କରିବା ପାଇଁ ଶାହରୁଖ ଷ୍ଟାଡିୟମରେ ଉପସ୍ଥିତ ଥାନ୍ତି। ତାଙ୍କ ସହ ଅବରାମ ମଧ୍ୟ ଥାନ୍ତି।

Share