ବାପାଙ୍କୁ ହତ୍ୟା କରି ପୁଅ ଗିରଫ

ବ୍ରହ୍ମପୁର,୧୬।୯(ସୁବାସ ଚନ୍ଦ୍ର ପାଢ଼ୀ): ସାମାନ୍ୟ କିଛି ଟଙ୍କା ପାଇଁ ବାପାଙ୍କୁ ହତ୍ୟା କଲେ ପୁଅ। ଏଭଳି ଘଟଣା ଘଟଛି ଗଞ୍ଜାମ ଜିଲା କୁକୁ ବ୍ଲକ ସଦର ଥାନା ଅନ୍ତର୍ଗତ କୁମାରପୁରରେ। ପୋଲିସ ମୃତ ରମେଶ ପ୍ରଧାନଙ୍କ ଝିଅଙ୍କ ଅଭିଯୋଗ ଅନୁଯାୟୀ ଶନିବାର ୪୫୯/୨୩ରେ ଏକ ହତ୍ୟା ମାମଲା ରୁଜୁ କରିଛି। ଘଟଣାସ୍ଥଳରୁ ପୋଲିସ ରକ୍ତଭିଜା କାଠ ଫାଳିଆ ଜବତ କରିଛି। ଏହା ସହ ପୁଅ ଦାମୋଦର ପ୍ରଧାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ଏସଡିିପିଓ ଶିବଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ରାତିରେ ରମେଶଙ୍କୁ ତାଙ୍କ ପୁଅ ଦାମୋଦର ଟଙ୍କା ମାଗିଥିଲେ। ସେ ଟଙ୍କା ଦେଇ ନ ଥିଲେ। ଯାହାଫଳରେ ଦାମୋଦର ଏକ କାଠଫାଳିଆରେ ଆକ୍ରମଣ କରି ତାଙ୍କ ବାପାଙ୍କ ହତ୍ୟା କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା।

Share