ସମ୍ପତ୍ତି ପାଇଁ ମା’କୁ ଆକ୍ରମଣ କଲା ପୁଅ

ପାରଳାଖେମୁଣ୍ଡି,(ଗିରିଧାରୀ ପରିଛା)୧୦।୭: ପାରଳାଖେମୁଣ୍ଡି ସହରର ଅର୍ଣ୍ଣପୂର୍ଣ୍ଣା ନଗର-୨ରେ ଜଣେ ପୁଅ ସମ୍ପତ୍ତି ପାଇଁ ନିଜ ମା’କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସମ୍ପତ୍ତି ପାଇଁ ପରିଣତ ବୟସରେ ମାଡ ମାରି ରକ୍ତାକ୍ତ କରିଥିବା ମା’ ହେମଲତା ସାହୁ ପୁଅ ନାଁରେ ଏତଲା ଦେଇଛନ୍ତି । ପୋଲିସ ନଂ. ୨୦୯/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।