Categories: Uncategorized

ମଦ ପିଇବାକୁ ଟଙ୍କା ନଦେବାରୁ ସାବତ ମା’ଙ୍କୁ ଆକ୍ରମଣ କଲେ ପୁଅ

ଭୁବନେଶ୍ୱର,୧।୯(ସୂର୍ଯ୍ୟକାନ୍ତ ବେହେରା): ମଦ ପିଇବାକୁ ଟଙ୍କା ନ ଦେବାରୁ ସାବତ ମା’ଙ୍କୁ ମାଡ ମାରିବା ସହ ଇଟାରେ ଆକ୍ରମଣ କଲେ ପୁଅ । ଏଭଳି ଘଟଣା ଏୟାରପୋର୍ଟ ଥାନା ଅନ୍ତର୍ଗତ କେଳାସାହିରେ ଘଟିଛି। ଅଭିଯୋଗ ପରେ ସମ୍ପୃକ୍ତ ପୁଅଙ୍କୁ ଗିରଫ କରି ଶୁକ୍ରବାର ପୋଲିସ କୋର୍ଟ ଚାଲଣ କରିଛି । ଅଭିଯୁକ୍ତ ହେଲେ ବିକାଶ ନାୟକ । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ସୂଚନାନୁସାରେ, ବିକାଶ ଜଣେ ବେକାରି ଏବଂ ନିଶା ସେବନ କରନ୍ତି। ଏ ନେଇ ନିମନ୍ତେ ପ୍ରାୟ ସମୟରେ ଘରେ ଟଙ୍କା ପାଇଁ ସେ ବିଶୃଙ୍ଖଳା କରି ଆସୁଥିଲେ । ଗୁରୁବାର ମଧ୍ୟ ସେ ମା’ଙ୍କୁ ନିଶା ସେବନ କରିବା ପାଇଁ ୫୦୦ ଟଙ୍କା ମାଗିଥିଲେ । ହେଲେ ମା’ ଟଙ୍କା ଦେବାକୁ ମନା କରିଦେବାରୁ ସେ ତାଙ୍କୁ ବାଡିଆ ପିଟା କରିବା ସହ ଏକ ଇଟାରେ ଆକ୍ରମଣ କରିଥିଲେ । ସେହି ସମୟରେ ଅତାଙ୍କ ସାନ ପୁଅ ଏବଂ ପଡୋଶୀମାନେ ବିକାଶଙ୍କୁ ଅଟକାଇବାକୁ ଚେଷ୍ଠା କରିବାରୁ ସେ ମା’ଙ୍କୁ ଧମକ ଦେବା ସହ ଘଟଣା ଳରୁ ଚାଲି ଯାଇଥିଲେ । ତାଙ୍କ ମା’ ଏ ନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ ।