Posted inଫୁରସତ

କ୍ୟାନ୍ସର ପୀଡ଼ିତା ମା’ଙ୍କ ପାଇଁ ଲଣ୍ଡା ହେଲେ ପୁଅ

ନୂଆଦିଲ୍ଲୀ: କ୍ୟାନ୍ସର ଏପରି ଏକ ରୋଗ, ଯାହା ରୋଗୀଙ୍କ ମନୋବଳ ସମ୍ପୂର୍ଣ୍ଣ ଭାଙ୍ଗିଦିଏ। କେମୋଥେରାପିର କଷ୍ଟ ଏବଂ ମରିବାର ଡର ଆତ୍ମବିଶ୍ୱାସକୁ ନଷ୍ଟ କରିଦିଏ। ଏହି ସମୟରେ ଯେତେ ମାନସିକ ସହାୟତା ଦିଆଗଲେ ମଧ୍ୟ ତାହା କମ୍‌ ପଡିଥାଏ। ନିକଟରେ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ କ୍ୟାନ୍ସର ପୀଡ଼ିତ ମା’ ପାଇଁ ତାଙ୍କ ପୁଅ ଏବଂ ତାଙ୍କ ସାଙ୍ଗମାନେ ଯାହା କଲେ ତାହା ସେହି ମା’ଙ୍କ ଆଖିରେ ଖୁସିର ଲୁହ ଆଣିଦେଇଛି। ପ୍ରକୃତରେ ଏହି ଭିଡିଓଟି ଏକ ସେଲୁନ ଦୋକାନର। ସେଠାରେ ଜଣେ ପୁଅ ତାଙ୍କ କ୍ୟାନ୍ସର ପୀଡିତା ମା’ଙ୍କ ଚୁଟି କାଟୁଛନ୍ତି। ତାଙ୍କର ସମସ୍ତ ଚୁଟି କଟାଯାଉଥିବା ଦେଖି ମହିଳାଙ୍କୁ ବହୁତ କଷ୍ଟ ହେଉଥିଲା। ସେହି ସମୟରେ ତାଙ୍କ ପୁଅ ମଧ୍ୟ ନିଜ ମୁଣ୍ଡରେ ରେଜର ଚଳାଇ ଲଣ୍ଡା ହୋଇଯାଇଥିଲେ। ସାଙ୍ଗର ମା’ଙ୍କୁ ସାହସ ଦେବାକୁ ସେଠାରେ ଉପସ୍ଥିତ ୨ ଜଣ ମଧ୍ୟ ଲଣ୍ଡା ହୋଇଥିଲେ। ନିଜ ପୁଅ ଏବଂ ତା’ ସାଙ୍ଗମାନଙ୍କ ଏପରି ଭଲ ପାଇବା ଦେଖି ମହିଳା ଜଣକ ଭାବୁକ ହୋଇଯାଇଥିଲେ। ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁ ଲୋକ ପସନ୍ଦ କରିଥିବା ଦେଖିବାକୁ ମିଳିଛି। ଏଥିସହ ଭିଡିଓରେ ଅନେକ ଲୋକ ଭଲ ଭଲ କମେଣ୍ଟ ଦେଇ ମହିଳା ଖୁବ୍‌ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍ସରକୁ ଭଲ କରିପାରେ କରୋନା ! ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୮।୧୧: ମହାମାରୀ କୋଭିଡ୍‌-୧୯ ଭୂତାଣୁ ସାରା ବିଶ୍ୱକୁ ଥରାଇ ଦେଇଥିଲା। କୋଭିଡ୍‌-୧୯ ସଂକ୍ରମଣରେ ଲକ୍ଷାଧିକ ଲୋକ ଜୀବନ ହରାଇଥିଲେ। ଏହି ମହାମାରୀ କୋଭିଡ୍‌-୧୯ ଭୂତାଣୁ କ୍ୟାନ୍ସର...

ଚାଇନା ଆକାଶରେ ଦେଖାଗଲା ୭ଟି ସୂର୍ଯ୍ୟ, ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେନି, ଭାଇରାଲ ହେଉଛି…

ଅନେକ ଥର ପ୍ରକୃତି ଆପଣଙ୍କୁ ଏପରି ଦୃଶ୍ୟ ଦେଖାଏ ଯାହା କେବଳ ପ୍ରକୃତିର ନିୟମ ହେତୁ ସମ୍ଭବ ହୋଇପାରେ। ଏପରି ଏକ ମାମଲା ଚାଇନାରୁ ଆସିଛି,...

ଥାନାରେ ପହଞ୍ଚିଲା କୁକୁଡ଼ା ମାରିବା ମାମଲା, ଅଭିଯୁକ୍ତଙ୍କୁ ହୋଇପାରେ ୫ ବର୍ଷ ଜେଲ!

ଲକ୍ଷ୍ନୌ,୧୭।୧୧: ଉତ୍ତରପ୍ରଦେଶର କୌଶମ୍ଭି ଜିଲାରେ ଏକ ନିଆରା ମାମଲା ସାମ୍ନାକୁ ଆସିଛି ଯେଉଁଠି ଜଣେ ଯୁବକ ତାଙ୍କ ପୋଷା କୁକୁଡ଼ା ହତ୍ୟା ପରେ ନ୍ୟାୟ ପାଇବା...

କୃଷ୍ଣଙ୍କ ମନ୍ତ୍ର ଶୁଣି ମରଣ ମୁହଁରୁ ଫେରିଆସିଲା ମାଙ୍କଡ଼! ଭିଡିଓ ଦେଖିଲେ ଝରିବ ଲୁହ… 

ରାସ୍ତା ମଝିରେ ନିସ୍ତେଜ ହୋଇ ପଡ଼ି ରହିଥିଲା ମାଙ୍କଡଟିଏ। ଗାଡ଼ି ମୋଟରରେ ଚାଲି ଯାଉଥିବା ଲୋକମାନେ ଦେଖି ଘଡ଼ିଏ ଅଟକି ଯାଉଥିଲେ। ହେଲେ ମରି ଯାଇଛି...

ଏହିଦିନ ପାଳନ କରାଯାଏ ଜାତୀୟ କଣ୍ଡୋମ ଦିବସ, ଜାଣିଲେ ହସି ହସି ବେଦମ ହେବେ…

କଣ୍ଡୋମ କେବଳ ଏକ ସାମାଜିକ ଶବ୍ଦ ନୁହେଁ, କିନ୍ତୁ ଏହା ଆମ ସମାଜ ଏବଂ ସ୍ବାସ୍ଥ୍ୟ ପାଇଁ ଏକ ଅତ୍ୟାବଶ୍ୟକ ଉପକରଣ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ...

ରହସ୍ୟମୟୀ ଆଇଲାଣ୍ଡ, ଯେଉଁଠିକୁ ଥରେ ଗଲେ ମଣିଷ ଜୀବନ୍ତ ଫେରେନାହିଁ: ଜାଣନ୍ତୁ

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ଅଛି, ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି। ଏହାର ନାମ ପୋଭେଲିଆ। ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ଅଛି,...

ଶିଶୁପ୍ରେମୀ ଚାଚା ନେହେରୁ

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଜଣେ ସଚ୍ଚା ଶିଶୁପ୍ରେମୀ ଥିଲେ। ତେଣୁ ତାଙ୍କର ଜନ୍ମ ଦିନ ୧୪ ନଭେମ୍ବର(୧୮୮୮ ମସିହା)କୁ...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri