ଶଶୁର ଘରେ ଜୀବନ ହାରିଲେ ଜ୍ୱାଇଁ

ଜଗନ୍ନାଥପ୍ରସାଦ,୧୪ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ କୁମ୍ଭାରସାହିରେ ଏକ କଇଁଆ ଗଛରେ ଦଉଡି ଦେଇ ତାମନାଡ ଗ୍ରାମର କାର୍ତ୍ତିକ ନାଇକ ଆତ୍ମହତ୍ୟା କରିଥିବା ଜଣାପଡିଛି।

କାର୍ତ୍ତିକ କୁମ୍ଭାରସାହିର ସ୍ବର୍ଗତ ରାମ ନାଇକଙ୍କ ଝିଅ ଲକ୍ଷ୍ମୀଙ୍କୁ ବିବାହ କରିଥିଲେ। କିଛି ବର୍ଷ ହେବ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେଉଥିବାରୁ ଲକ୍ଷ୍ମୀ ବାପା ଘରେ ରହୁଥିଲେ। ଗୁରୁବାର ଲକ୍ଷ୍ମୀଙ୍କୁ ସ୍ବାମୀ କାର୍ତ୍ତିକ ନେବା ପାଇଁ ଶଶୁର ଘର ଆସିିଥିଲେ। ହେଲେ ଲକ୍ଷ୍ମୀ ରାଜି ହୋଇ ନ ଥିଲେ। ଏନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଏଥିରେ କାର୍ତ୍ତିକ ରାଗିଯାଇ ମାନଶିକ ଭାରସାମ୍ୟ ହରାଇ ଶଶୁର ଘର ବାରିପଟେ ଥିବା ଏକ କଇଁଆ ଗଛରେ ଲୁଙ୍ଗିକୁ ଦଉଡି ଦେଇ ଓହଲି ପଡ଼ିଥିଲେ। ସାହି ପଡୋଶୀ ଏହା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରଜୁ କରିଛି। ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଅରୁନ କୁମାର ସିଂ ପ୍ରକାଶ କରିଛନ୍ତି।

Share