Categories: ଜାତୀୟ

ପୁଅ ବିରୋଧ କରୁଛନ୍ତି, ହାତ ମିଳାଇଲେ ବାପା

ଲକ୍ଷ୍ନୌ/ନୂଆଦିଲ୍ଲୀ,୨୧।୧୨: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଶାସକ ଭାଜପା ଏବଂ ବିରୋଧୀ ସମାଜବାଦୀ ପାର୍ଟି (ଏସ୍‌ପି) ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଏକ ଫଟୋକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏଥିରେ ଏସ୍‌ପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ଭାଜପାର ବୈଚାରିକ ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କୁ ଦେଖିବାକୁ ମଳିଛି।

ଉପରାଷ୍ଟ୍ରପତି ଏମ୍‌.ଭେଙ୍କାୟା ନାଇଡୁଙ୍କ ନାତୁଣିଙ୍କ ବାହାଘର ବେଳେ ସୋମବାର ଉଭୟ ଭାଗବତ ଓ ମୁଲାୟମ୍‌ ଅତିଥି ଭାବେ ଯୋଗଦେଇଥିଲେ। ସେଠାରେ ଦୁହେଁ ପରସ୍ପରକୁ ଭେଟିଥିଲେ। ଦୁଇନେତା ଏକାଠି ବସିଥିବା ବେଳର ଉକ୍ତ ଫଟୋକୁ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘଓ୍ବାଲ ଟୁଇଟ୍‌ କରିଛନ୍ତି। ‘ନୂଆ ଏସ୍‌ପି’ର ‘ଏସ୍‌’ ସଂଘବାଦ କି ବୋଲି ଏହା ଉପରେ ୟୁପି କଂଗ୍ରେସ ପକ୍ଷରୁ ଟୁଇଟ କରି ପ୍ରଶ୍ନ କରାଯାଇଛି। ଭାଜପା ଉତ୍ତର ଦେଇଛି, ‘ଫଟୋ ଅନେକ କିଛି କହୁଛି’। ଇତିମଧ୍ୟରେ ସମାଜବାଦୀ ପାର୍ଟି କହିଛି, ଫଟୋର ତାତ୍ପର୍ଯ୍ୟ ହେଉଛି ଏଥର ସାଇକେଲ ଆସୁଛି। ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ମତରେ ତାଙ୍କ ଦଳ କ୍ଷମତାକୁ ଫେରୁଛି। ତେଣୁ ଭାଗବତ ଶୁଭେଚ୍ଛା ଜଣାଇବାକୁ ଆସିଥାଇପାରନ୍ତି।

Share