ପୁଅର ଠେଙ୍ଗାମାଡ଼ରେ ଚାଲିଗଲା ବାପାଙ୍କ ଜୀବନ

ଉମରକୋଟ, ୨୯।୧୦(ସ୍ବ.ପ୍ର.) ପୁଅ ଭୁଲିଗଲେ ସ୍ନେହ ଶ୍ରଦ୍ଧା। ସାମାନ୍ୟ କଥାରେ ରାଗର ବଶବର୍ତ୍ତୀ ହୋଇ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବାକୁ ମଧ୍ୟ ପଛାଇଲେ ନାହିଁ ପୁଅ। ଏପରି ଏକ ଅଭାବନୀୟ ଘଟଣା ଶୁକ୍ରବାର ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତ ଯୋଗୀ ଡଙ୍ଗରୀରେ ଘଟିଛି। ମୃତକ ହେଲେ ଗୋପୀ ସାନ୍ତା(୫୦)।
ଘରୋଇ କଥାକୁ ନେଇ ଗୋପୀ ଓ ତାଙ୍କ ପୁଅ ଚକ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। ବାପା, ପୁଅ ଦୁହେଁ ନିଶାରେ ଥିଲେ। ଚକ୍ର ଉତ୍ତ୍ୟକ୍ତ ହୋଇ ଗୋପୀଙ୍କୁ ଠେଙ୍ଗାରେ ପିଟି ଦେଇଥିଲେ। ଘଟଣାସ୍ଥଳରେ ହିଁ ଗୋପୀଙ୍କର ମୃତ୍ୟୁ ହୋଇଯାଇଥିଲା। ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣ ଚକ୍ରଙ୍କୁ ଅଟକ ରଖି ଉମରକୋଟ ପୋଲିସକୁ ଖବର ଦେଇଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ନ ଥିଲା। ପୋଲିସ ଘଟଣାସ୍ଥଳ ଅଭିମୁଖେ ଯାଉଥିବା ସୂଚନା ମିଳିଛି।

Share