କଟୁରିରେ ହାଣି ଜନ୍ମକଲା ମା’ଙ୍କୁ ମାରିଦେଲେ ପୁଅ, ରକ୍ତରଞ୍ଜିତ ହେଲା ଘର

କଟକ ଅଫିସ,୨୬।୧: ସମ୍ପତ୍ତି ପାଇଁ ଜନ୍ମକଲା ମା’ଙ୍କୁ କଟୁରିରେ ହାଣି ମାରିଦେଲେ ପୁଅ। ଏଭଳି ଏକ ଅଭାବନୀୟ ଘଟଣା କଟକ ଶ୍ରୀବିହାର କଲୋନୀରେ ବୁଧବାର ଦେଖିବାକୁ ମିଳିଛି। ମୃତ ମହିଳା ହେଲେ ପରେଶ କୁମାରୀ ଦେବୀ(୭୪)। ସେ କନିକା ରାଜାଙ୍କ ନାତୁଣୀ ଥିବା ଜଣାପଡ଼ିଛି। ଅଭିଯୁକ୍ତ ପୂଅ ଗୋପାଳ ସିଂହଦେଓଙ୍କୁ ପୋଲିସ ଗିରଫ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ତଦନ୍ତ ଜାରି ରଖିଛି।

ସୂଚନାନୁଯାୟୀ, ଜମିବାଡ଼ି ବିବାଦକୁ ନେଇ ବୃଦ୍ଧା ମା’ଙ୍କୁ ମାରିବାର ଧମକ ଦେଉଥିଲେ ପୁଅ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଗୋପାଳଙ୍କୁ ତାଗିଦ କରି ଛାଡ଼ି ଦେଇଥିଲା। ହେଲେ ଆଜି ସକାଳେ କୌଣସି କଥାକୁ ନେଇ ଉଭୟଙ୍କର ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କଟୁରିରେ ବିଭତ୍ସ ଭାବେ ହାଣି ପୁଅ ହତ୍ୟା କରିଥିଲେ। ଏନେଇ ପରେଶଙ୍କ ଝିଅ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅଙ୍କୁ କାବୁ କରିଥିଲା।

Share