ଫୁଲବାଣୀ ଅଫିସ,୨୭।୫: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଟାଉନ ଥାନା ଅଞ୍ଚଳର ଜଣେ ଯୁବକ ନିଜ ମା’ଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଛନ୍ତି। ମୃତକ ମା’ ହେଲେ କସ୍ତୁରୀ କହଁର(୬୦)। ପୋଲିସ ହତ୍ୟାକାରୀ ପୁଅ ଜିତେନ୍ଦ୍ର କହଁର(୩୧)ଙ୍କୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।