ପୁଅ ବାହାଘରରେ କାନ୍ଦିଲେ ମୁକେଶ ଅମ୍ବାନୀ

ବିଶିଷ୍ଟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟଙ୍କ ବିବାହ ଜୁଲାଇ ୧୨ରେ ଜିଓ ୱାଲର୍‌ଡ କନଭେନସନ ସେଣ୍ଟରରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜୁଲାଇ ୧୩ ସକାଳେ ରାଧିକା ସାନ ବୋହୂ ଭାବରେ ଆଣ୍ଟିଲିଆକୁ ଆସିଥିଲେ। ରାଧିକା ବିଦାୟୀ ସମୟରେ ଭାବପ୍ରବଣ ହୋଇଯାଇଲେ। ରାଧିକାଙ୍କୁ ଦେଖି ତାଙ୍କ ଶ୍ୱଶୁର ତଥା ବ୍ୟବସାୟୀ ମୁକେଶ ଅମ୍ବାନୀ ମଧ୍ୟ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ। ସେହି ସମୟରେ ମୁକେଶ ଅମ୍ବାନୀଙ୍କ ଆଖିରୁ ଲୁହ ଝରିଯାଇଥିଲା।
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଏବଂ ରିସେପ୍ସନର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ ଏକ ଭିଡିଓ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହାକୁ ଅମ୍ବାନୀ ଫ୍ୟାନପେଜରୁ ଶେୟାର କରାଯାଇଛି। ଭିଡିଓରେ ରାଧିକାଙ୍କ ପରିବାର ସଦସ୍ୟ ତାଙ୍କୁ ବିଦାୟ ଦେବା ସମୟରେ ବହୁତ ଭାବପ୍ରବଣ ହୋଇଥିଲେ। ରାଧିକାଙ୍କ ଆଖିରେ ମଧ୍ୟ ଲୁହ ଝରିଥିଲା ଆହୁରି ମଧ୍ୟ ସେଠାରେ ଠିଆ ହୋଇଥିବା ମୁକେଶ ଅମ୍ବାନୀ ମଧ୍ୟ ଭାବପ୍ରବଣ ଦେଖାଯାଉଥିଲେ। ଭିଡିଓରେ ସେ ଲୁହ ପୋଛୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ଭାଇରାଲ ପରେ ମୁକେଶ ଅମ୍ବାନୀଙ୍କୁ ୟୁଜର୍ସ ପ୍ରଶଂସା କରୁଛନ୍ତି।
ରାଧିକା ବ୍ୟବସାୟୀ ବୀରେନ ମର୍ଚ୍ଚାଣ୍ଟଙ୍କ ଝିଅ। ଦୁଇ ପରିବାର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଆସିଛି। ଅନନ୍ତଙ୍କ ସହିତ ବିବାହ ପୂର୍ବରୁ ମଧ୍ୟ ମୁକେଶ ଅମ୍ବାନୀ ରାଧିକାଙ୍କୁ ଦେଖିଛନ୍ତି। ରାଧିକା ସେମାନଙ୍କ ଘରର ସାନ ବୋହୂ ଭାବରେ ଆସିଥିବାରୁ ସମଗ୍ର ପରିବାର ତାଙ୍କୁ ଜୋରଦାର ସ୍ବାଗତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri