ପୁଅର ପନିକି ଚୋଟରେ ଆଖି ବୁଜିଲେ ମା’

ନିଶ୍ଚିନ୍ତକୋଇଲି,୬।୭(ସ୍ବ.ପ୍ର.): ପୁଅର ପନିକି ଚୋଟରେ ମା’ଙ୍କ ମୃତ୍ୟୁ। କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଶୁକରପଡା ଗ୍ରାମରେ ବୁଧବାର ଏଭଳି ଘଟଣା ଘଟିଛି। ମୃତ ମହିଳା ହେଲେ ପ୍ରମିଳା ସ୍ବାଇଁ। ଅଭିଯୁକ୍ତ ପୁଅ ଜିତେନ୍ଦ୍ର ସ୍ବାଇଁ ଫେରାର ହୋଇ ଯାଇଛନ୍ତି।

ସୂଚନାନୁଯାୟୀ, ପ୍ରମିଳାଙ୍କ ସ୍ବାମୀ ଗୌରାଙ୍ଗ ବଜାରକୁ ଯାଇଥିଲେ। ସେହି ସମୟରେ ପ୍ରମିଳା ଘର କାମ କରୁଥିଲେ। ହେଲେ କୌଣସି କଥାକୁ ନେଇ ତାଙ୍କର ପୁଅ ସହ ବଚସା ହୋଇଥିଲା ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁଅ ମା’କୁ ପନିକି ଏବଂ ଶାବଳରେ ବିଭତ୍ସ ଭାବେ ହତ୍ୟା କରି ଫେରାର ହୋଇ ଯାଇଥିଲେ। ପ୍ରମିଳାକୁ ପ୍ରଥମେ ମେଡିକାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗୌରାଙ୍ଗ ଅଭିଯୋଗ କରିବା ପରେ ନିଶ୍ଚିନ୍ତକୋଇଲି ଥାନା ଅଧୀକାରିଣୀ ଚିନ୍ମୟୀ ସାହୁ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ଥାନାରେ ୧୧୩/୨୨ ନଂରେ ମାମଲା ରୁଜୁ ହୋଇଛି। ଏଥିସହ ପୋଲିସ ରକ୍ତ ଲଗା ପନିକି ଓ ଶାବଳ ଜବତ କରି ତଦନ୍ତ ଜୋରଦାର କରିଛି।

Share