ଦୁର୍ଘଟଣାରେ ଚାଲିଗଲା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପୁଅ ଜୀବନ

ଭବାନୀପାଟଣା/ଲାଞ୍ଜିଗଡ଼,୨୨।୬(ଉତ୍ତମ କୁମାର ଦାଶ/ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣା ରାୟଗଡ଼ା ୬ ନମ୍ବର ରାଜ୍ୟ ରାଜପଥର ଖଇରମାଲ ନିକଟରେ ଗୁରୁବାର ଏକ ଟ୍ରଲର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିଶ୍ୱନାଥପୁରର ତକଦୀର ହରପାଲ(୩୬)। ସେ ପୂର୍ବତନ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲଙ୍କ ପୁଅ ବୋଲି ଜଣାପଡିଛି। ଖବର ପାଇ ଭବାନୀପାଟଣା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ମିଳିଥିବା ସୂଚନା ମୁତାବକ, ତକଦୀର ଏକ ବୁଲେଟ୍‌ ଯୋଗେ ଭବାନୀପାଟଣା ଯାଉଥିବାବେଳେ ସାମ୍ନା ପଟେ ଆସୁଥିବା ଏକ ବାଇକ୍‌କୁ ସାଇଡ ଦେଉଥିବାବେଳେ ଦ୍ରୁତଗତିରେ ଯାଉଥିବା ଏକ ଟ୍ରଲର ତାଙ୍କୁ ଚାପି ପ୍ରାୟ ଶହେ ମିଟର ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତକଦୀରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଏକ ବାଇକରେ ଥିବା ଦୁଇଜଣ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ସଦର ଥାନା ପୋଲିସ ଏକ ମାମଲା (ନଂ.୨୦୬/୨୩ ) ରୁଜୁ କରି ଦୁର୍ଘଟଣା ଘଟାଇଥିବା ଟ୍ରଲର ଜବତ କରି ତଦନ୍ତ ଜାରି ରଖିଛି।