ରାଷ୍ଟ୍ରପତି ହେବା ପାଇଁ ବାଇଡେନଙ୍କ ପଥରେ ପୁଅ ପ୍ରତିବନ୍ଧକ, ସାମ୍ନାକୁ ଆସିଲା ଏହି କାରଣ

ଓ୍ବାଶିଂଟନ,୧୪ା୧୦ ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ସମସ୍ୟା ବଢ଼ିପାରେ। ତାଙ୍କ ପୁଅ ହଣ୍ଟରଙ୍କ ପାଇଁ ହିଁ ବାଇଡେନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଏକ ସର୍ଭେରେ କୁହାଯାଇଛି। ଏହି ସର୍ଭେରେ ୩୫ ପ୍ରତିଶତ ଆମେରିକୀୟ କହିଛନ୍ତି, ରାଷ୍ଟ୍ରପତି ବାଇଡେନ କିଛି ଭୁଲ କରିଛନ୍ତି। ଏଥି ସହିତ ପ୍ରାୟ ୩୩ ପ୍ରତିଶତ ଲୋକ କହିଛନ୍ତି, ସେମାନେ ଭାବନ୍ତି ରାଷ୍ଟ୍ରପତି ଅନୈତିକ ବ୍ୟବହାର କରିଛନ୍ତି, କିନ୍ତୁ ବେଆଇନ ନୁହେଁ। ସର୍ବେକ୍ଷଣ ଅନୁଯାୟୀ, ୩୦ ପ୍ରତିଶତ ଲୋକ କହିଛନ୍ତି, ବାଇଡେନ କିଛି ଭୁଲ୍‌ କରିନାହାନ୍ତି।

ଏନ୍‌ଆର୍‌ସି ସେଣ୍ଟର ଫର୍‌ ପବ୍ଲିକ ଆଫେୟାର୍ସ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ସର୍ଭେ ଫଳାଫଳ ଅନୁଯାୟୀ, ବାଇଡେନଙ୍କ ନୈତିକତା ଉପରେ ଉଭୟ ରାଜନୈତିକ ବିଭାଜନ ଏବଂ ସନ୍ଦେହକୁ ଦର୍ଶାଉଛି। ହାଉସ୍‌ ରିପବ୍ଲିକାନ୍ସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଯେଉଁଥିରେ ରାଷ୍ଟ୍ରପତି ତାଙ୍କର ୫୩ ବର୍ଷର ପୁଅ ହଣ୍ଟର ବାଇଡେନଙ୍କ ବୈଦେଶିକ ବ୍ୟବସାୟ କାରବାର ସହ ଜଡ଼ିତ ଥିବା କୁହାଯାଉଛି। ଟ୍ୟାକ୍ସ ଏବଂ ବନ୍ଧୁକ ମାମଲାରେ ହଣ୍ଟର୍‌ ମଧ୍ୟ ଅପରାଧିକ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ରିପବ୍ଲିକାନମାନେ ବର୍ଷ ବର୍ଷ ଧରି ହଣ୍ଟର୍‌ଙ୍କ ଉପରେ ଯାଞ୍ଚ କରୁଛନ୍ତି।

ବାଇଡେନଙ୍କ ପରିବାର ଅନ୍ତର୍ଜାତୀୟ ବ୍ୟବସାୟର ନୈତିକତା ଉପରେ ପ୍ରଶ୍ନ ଉଠିଛି ସତ କିନ୍ତୁ ଏପର୍ଯ୍ୟନ୍ତ ବର୍ତ୍ତମାନ କିମ୍ବା ପୂର୍ବ କାର୍ଯ୍ୟାଳୟରେ ତାଙ୍କ ଭୂମିକାକୁ ଅପବ୍ୟବହାର କରିଥିବା ପ୍ରମାଣ ମିଳିନାହିଁ।

Share