ସମ୍ପର୍କରେ କଳଙ୍କ: ମା’ଙ୍କୁ ବଳାତ୍କାର କଲେ ପୁଅ

ଦେବଗଡ଼,୩।୧୦(ଶଶାଙ୍କ ଶେଖର ଝାଙ୍କର): ସମ୍ପର୍କରେ ଲାଗିଛି କଳଙ୍କର ଛିଟା। ଜନ୍ମଦାତ୍ରୀ ମା’ଙ୍କୁ ବଳାତ୍କାର ଭଳି ଜଘନ୍ୟ ଅପରାଧ କରିବାକୁ ପଛାଇନାହାନ୍ତି ଜଣେ ପୁଅ। ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ମା’(୫୨)ଙ୍କୁ ୨୮ବର୍ଷୀୟ ପୁଅ ବଳାତ୍କାର କରିଛନ୍ତି। ଏନେଇ ମା’ଙ୍କ ଅଭିଯୋଗ ଆଧାରରେ ବାରକୋଟ ପୋଲିସ ଅଭିଯୁକ୍ତ ପୁଅ ବିରୋଧରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣା ଗତ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବାବେଳେ ଗୁରୁବାର ଅଭିଯୋଗ ପରେ ପ୍ରଘଟ ହୋଇଛି। ଏହା ଜଣାପଡ଼ିବା ପରେ ଜିଲାରେ ଆଲୋଡନ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଅଭିଯୋଗକାରିଣୀ ମହିଳାଙ୍କ ସ୍ବାମୀ କୌଣସି ଏକ ମାମଲାରେ ଛନ୍ଦି ହୋଇ ଜେଲରେ ଅଛନ୍ତି। କିଛିବର୍ଷ ତଳେ ମହିଳା ଜଣଙ୍କ ତାଙ୍କ ପୁଅକୁ ଜଣେ ଯୁବତୀଙ୍କ ସହ ବିବାହ ଦେଇଥିଲେ। ମାତ୍ର ପୁଅ-ବୋହୂଙ୍କ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ଘଟିବାରୁ ପ୍ରାୟ ୪ବର୍ଷ ହେଲା ବୋହୂ ତାଙ୍କ ବାପ ଘରକୁ ଚାଲିଯାଇଛନ୍ତି। ପୁଅ ବିଭିନ୍ନ ସମୟରେ ମା’ଙ୍କୁ ଗାଳିଗୁଲଜ କରିବା ସହ ଖରାପ କଥା କହିବା ସହ ମାଡ଼ ମଧ୍ୟ ମାରିଥାନ୍ତି। ଏହାକୁ ନେଇ ଗ୍ରାମରେ ଆଲୋଚାନ କରାଯିବା ସହ ଘଟଣାର ସମାଧାନ କରାଯାଇଥିଲା।

ଗତ ୨୭ ତାରିଖ ରାତି ପ୍ରାୟ ୮ଟାରେ ମହିଳା ଜଣକ ଘରେ ଶୋଇଥିବାବେଳେ ତାଙ୍କ ପୁଅ ହାତରେ ଏକ ଛୁରି ଧରି ଭୟ ଦେଖାଇବା ସହ ଜୋରଜବରଦସ୍ତି ବଳାତ୍କାର କରିଥିଲେ। ଫଳରେ ମହିଳା ଜଣକ ଲଜ୍ୟାରେ କାହାରିକୁ ମୁହଁ ନ ଦେଖାଇ ନିକଟସ୍ଥ ଗ୍ରାମକୁ ଚାଲିଯାଇ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେଇଥିଲେ। ଗୁରୁବାର ବାରକୋଟ ଥାନାକୁ ଆସି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ରେଡିଓ ଷ୍ଟେଶନ

ଭୁବନେଶ୍ୱର,୧୪ା୩: ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ନୂଆ କମ୍ୟୁନିଟି ରେଡିଓ ଷ୍ଟେଶନ ‘ରେଡିଓ ଭୁବନେଶ୍ୱର ୮୯.୨ ଏଫ୍‌ଏମ୍‌- ଦ ଟେମ୍ପଲ ସିଟି ରେଡିଓ’। ଏଫ୍‌ଏମ୍‌ ବ୍ୟାଣ୍ଡ୍‌ର...

‘ସୋସିଆଲ୍ ମିଡିଆରୁ ଦୂରରେ ରହି କଠିନ ପରିଶ୍ରମ’: ଜାଣନ୍ତୁ OJS ପରୀକ୍ଷାରେ କେମିତି ସଫଳତା ହାସଲ କଲେ ରାଜଶ୍ରୀ ପ୍ରିୟଦର୍ଶିନୀ

ଭୁବନେଶ୍ୱର,୧୪।୩: ତୃତୀୟ ପ୍ରୟାସରେ OJS ପରୀକ୍ଷାରେ ସଫଳ ହୋଇଥିବା ରାଜଶ୍ରୀ ପ୍ରିୟଦର୍ଶିନୀ ୯ମ ରାଙ୍କ ହାସଲ କରିଛନ୍ତି। ଏଥିସହିତ ରାଜଶ୍ରୀ ଓଡ଼ିଶାର ଅନେକ ଯୁବକ ଯୁବତୀଙ୍କ...

ଆସନ୍ତାମାସରୁ ଏଲିଭେଟେଡ୍‌ କରିଡର କାମ, ବ୍ୟୟ ହେବ ଏତିକି କୋଟି…

ଭୁବନେଶ୍ୱର,୧୪ା୩: ରାଜଧାନୀରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ କରିଡର୍‌। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଜୟଦେବ ବିହାର ଛକରୁ...

ହାତୀ ପାଇଁ ରାତି ଉଜାଗର

ସମ୍ବଲପୁର,୧୪।୩: ହୋଲି ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ରହିଥିବା ବେଳେ ସମ୍ବଲପୁର ବନାଞ୍ଚଳ ଅଧୀନ ସୁନାତେନପାଲି ଗାଁରେ ଭୟର ବାତାବରଣ ଖେଳି ଯାଇଛି।...

ଅଫିସରୁ ଘରକୁ ଫେରୁଥିଲେ କିରାଣୀ, ଜଙ୍ଗଲ ରାସ୍ତାରେ ମାଡିବସିଲା ଭିଜିଲାନ୍ସ, ଏତେ ଟଙ୍କା ଦେଖି ତାଜୁବ…

ଭଞ୍ଜନଗର/ବୁଗୁଡ଼ା,(ବାବୁଲା ପ୍ରଧାନ/କାଳୀ ଚରଣ ଦାସ): ଗଞ୍ଜାମ ଜିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ ବେଲଗୁଣ୍ଠା ସବ ରେଜିଷ୍ଟର ଅଫିସର କିରାଣୀ ଶ୍ରୀକାନ୍ତ ଡାକୁଆଙ୍କ ଠାରୁ ଗୁରୁବାର ରାତିରେ...

ବାରିପଦାରେ ଚାଞ୍ଚଲ୍ୟ: ଘରେ ପଶି ବ୍ୟବସାୟୀଙ୍କ ବେକ କାଟିଦେଲେ…

ବାରିପଦା,୧୪।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହରରେ ପୁଣି ଆତଙ୍କ। ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଘରେ ପଶି ବ୍ୟବସାୟୀଙ୍କ ବେକକୁ କାଟି ଅତି ନିର୍ମମ ଭାବେ...

ଆଜି ଦୋଳ ପୂର୍ଣ୍ଣିମା: ଘଣ୍ଟଘଣ୍ଟାରେ କମ୍ପୁଛି ମେଳଣ ପଡ଼ିଆ

ଭୁବନେଶ୍ୱର,୧୪ା୩: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଶନିବାର ହୋଲି। ଏଥିପାଇଁ ଗାଁରୁ ସହର ସବୁଠି ଉତ୍ସବର ପରିବେଶ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ସାଂସ୍କୃତିକ ସହର...

ରାସ୍ତା ପାର୍‌ ହେଉଥିବାବେଳେ ଶ୍ରମିକଙ୍କ ଉପରେ ଚଢିଗଲା ହାଇଓ୍ବା, ଘଟଣାସ୍ଥଳରେ…

ପାରାଦୀପ ୧୪।୩(ଶରତ ରାଉତ): ପାରାଦୀପ ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥର ଇଫକୋ ଛକ ନିକଟରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଦୁର୍ଘଟଣା ଘଟିଛି। ଏକ ହାଇଓ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image