୧୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ

ବାଲେଶ୍ୱର, ୧୬।୪(ବାଞ୍ଛାନିଧି ଦେ):ଦୀର୍ଘ ୧୦ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ। ପୁଅକୁ ପାଇ ଭାବବିହ୍ବଳ ହୋଇପଡ଼ିଲେ ମା’। ବହୁ ସଂଘର୍ଷ ପରେ ସେ ତାଙ୍କ ପୁଅକୁ ଫେରିପାଇଛନ୍ତି। ଆଜି ଧର୍ମର ଜୟ ହୋଇଛି। ପୁଅକୁ ପାଇ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ମା’ ସୀମା ଶତପଥି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ବାଲେଶ୍ୱର ଜିଲା ଗୋପାଳପୁର ଥାନା ଅଧୀନ ପଣ୍ଡାଶୁଣି ଗ୍ରାମର କମଳାକାନ୍ତ ମିଶ୍ର ମୋତିଗଞ୍ଜ ମେଣ୍ଢାଶୂଳ ଅଞ୍ଚଳର ଶରତ କୁମାର ଶତପଥିଙ୍କ କନ୍ୟା ସୀମାଙ୍କୁ ୨୦୦୮ରେ ବିବାହ କରିଥିଲେ। ଯୌତୁକଜନିତ ନିର୍ଯାତନା ଦିଆଯାଉଥିବା ନେଇ ୨୦୧୬ରେ ସୀମା ସ୍ବାମୀଙ୍କ ବିରୋଧରେ ଖନ୍ତାପଡ଼ା ଥାନାରେ ଅଭିଯୋଗ କରିଥିଲେ। ସେମାନଙ୍କର ଏକ ଶିଶୁପୁତ୍ର ଥିଲା। ସୀମା ଶିଶୁପୁତ୍ର ସହ ନିଜ ବାପଘରକୁ ପଳାଇ ଆସିଥିଲେ। କୌଶଳକ୍ରମେ ସ୍ବାମୀ କମଳାକାନ୍ତ ୪ବର୍ଷର ପୁଅକୁ ମା’ଠାରୁ ଲୁଚାଇ ନେଇ ଫେରାର ହୋଇଯାଇଥିଲେ। ପୁଅକୁ ଫେରିପାଇବା ଓ ସ୍ବାମୀଙ୍କଠାରୁ ଭରଣପୋଷଣ ପାଇବା ପାଇଁ ସୀମା ପରିବାର ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଶିଶୁପୁତ୍ରକୁ ମା’ଙ୍କୁ ହସ୍ତାନ୍ତର କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କମଳାକାନ୍ତ ଫେରାର ଥିବାରୁ ତାଙ୍କ ନାମରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଥିଲା। ବାଲେଶ୍ୱର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଦିଲ୍ଲୀରେ ଚଢ଼ାଉ କରି ୧୪ବର୍ଷର ନାବାଳକ ପୁତ୍ରକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଥିଲେ। ନାବାଳକ ପୁତ୍ରକୁ ଜିଲା ଶିଶୁ ମଙ୍ଗଳ କମିଟି ହେପାଜତରେ ରଖାଯାଇଥିଲା। ମଙ୍ଗଳବାର ପରିବାର ଅଦାଲତରେ ଗିରଫ ବାପାଙ୍କୁ ହାଜର କରାଯାଇଥିଲା। ଏହି ସମୟରେ ଉଦ୍ଧାର ପୁତ୍ର ସନ୍ତାନଙ୍କ ସହ ଉଭୟ ପକ୍ଷ ପରିବାର ଲୋକେ ସେଠାରେ ଉପସ୍ଥିତ ଥିଲେ।
ସୀମା ଶତପଥୀଙ୍କ ଓକିଲ ସସ୍ମିତା ମିଶ୍ରଙ୍କ କହିବା ଅନୁସାରେ, ସୀମାଙ୍କୁ ଭରଣପୋଷଣ ଓ ପୁଅକୁ ଫେରି ପାଇବା ଘଟଣାରେ ପରିବାର ଅଦାଲତରେ ଶୁଣାଣି ହୋଇଥିଲା। ପ୍ରଥମେ କମଳାକାନ୍ତଙ୍କ ସ୍ତ୍ରୀ ସୀମାଙ୍କ ପକ୍ଷରୁ କୋର୍ଟରେ ଭରଣପୋଷଣ ପାଇଁ ୬ଲକ୍ଷ ୪୫ହଜାର ଟଙ୍କା ଦାବି କରାଯାଇଥିଲା। ପ୍ରାଥମିକ ସ୍ତରରେ କମଳାକାନ୍ତ ୧ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ବାକି ୫ଲକ୍ଷ ୪୫ହଜାର ଟଙ୍କା ପ୍ରଦାନ କରି ନ ଥିଲେ। କୋର୍ଟ କମଳାକାନ୍ତଙ୍କୁ ବାକି ଟଙ୍କା ପ୍ରଦାନ କରିବାକୁ କହିଥିଲେ ହେଁ ସେ ଦେଇପାରିବେ ନାହଁି ବୋଲି କହିଥିଲେ। ଏକ ଅଣ୍ଡରଟେକିଂ ମାଧ୍ୟମରେ ସିଡବ୍ଲ୍ୟୁସିଙ୍କଠାରୁ ଉଦ୍ଧାର ପୁତ୍ରକୁ ତାଙ୍କ ମା’ ସୀମାକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଥିଲେ। କୋର୍ଟଙ୍କ ପୁରୁଣା ନିର୍ଦ୍ଦେଶ ମୁତାବକ ଶିଶୁ ମଙ୍ଗଳ କମିଟି ସଦସ୍ୟ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ଓ ଅନିତା କରଙ୍କ ଉପସ୍ଥିତିରେ ଅଣ୍ଡରଟେକିଂ ଦ୍ୱାରା ନାବାଳକ ପୁଅକୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଇଥିଲା। ନାବାଳକଙ୍କ ଅଜା ଓ ଆଈ ଉପସ୍ଥିତ ଥିଲେ। ଅପରପକ୍ଷରେ କମଳାକାନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପତ୍ୟକାକୁ ଫେରିଲା ଆତଙ୍କବାଦ: ଆଜି କଶ୍ମୀର ବନ୍ଦ

ଶ୍ରୀନଗର/ପହଲଗାମ୍‌,୨୩।୪:ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଓଡ଼ିଆଙ୍କ ସମେତ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ମୃତକଙ୍କ...

ଆତଙ୍କବାଦ ଆକ୍ରମଣକୁ ନେଇ ଆକ୍ସନ ମୋଡ୍‌ରେ ମୋଦି: ବିମାନରୁ ଓହ୍ଲାଇବା ମାତ୍ରେ ଡୋଭାଲଙ୍କ ସହ କଲେ ବୈଠକ

ନୂଆଦିଲ୍ଲୀ,୨୩।୪: କିଛିଦିନର ନୀରବତା ପରେ ଜମ୍ମୁ-କଶ୍ମୀରରେ ପୁଣି ରକ୍ତମୁଖା ହୋଇଛନ୍ତି ଆତଙ୍କବାଦୀ। ପହଲଗାମ୍‌ ଜିଲାରେ ସେମାନେ ମଙ୍ଗଳବାର ଅପରାହ୍ନ ୩ଟାରେ ବଡ଼ଧରଣର ଆକ୍ରମଣ କରିଛନ୍ତି। ପ୍ରାକୃତିକ...

ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କର:ଜିଲା ବିକାଶ ସମନ୍ବୟ-ତଦାରଖ କମିଟି ବୈଠକରେ ନିର୍ଦ୍ଦେଶ

ବରଗଡ,୨୩।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶନିବାର ଜିଲା ବିକାଶ ସମନ୍ବୟ ଏବଂ ମନିଟରିଂ କମିଟି ଦିଶାର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଲ୍‌ ପୈଠ କରି ନ ଥିଲେ ବି ବିଦ୍ୟୁତ୍‌ କାଟ ହେବନ

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର):ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ତାପମାତ୍ରା ଏବେ ଅଧିକାଂଶ ଜିଲାରେ ୪୦ ଡିଗ୍ରୀରୁ ଅଧିକ ରହୁଛି। ଏଭଳି ସ୍ଥିତିରେ ଏକାଧିକ...

ତଳାମପଦର ଅଞ୍ଚଳରେ କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଆଜବେଷ୍ଟସ୍‌

ଥୁଆମୂଳ ରାମପୁର,୨୩ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳାମପଦର ପଞ୍ଚାୟତର ତଳାମପଦର ଓ ଚୁଲବାଡିରେ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ...

ଯୁବକଙ୍କୁ ହତ୍ୟା ଘଟଣା: ଆଉ ଜଣେ ଗିରଫ

ଥୁଆମୂଳ ରାମପୁର,୨୩ା୪ (ଦୁର୍ଗା କୀର୍ତ୍ତି)- ଗତ ଜାନୁଆରୀ ୧୬ରେ ଥୁଆମୂଳ ରାମପୁର ଥାନା ପେଙ୍ଗଢୁସି ଗ୍ରାମଠାରେ ଜଣେ ଯୁବକଙ୍କ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ...

୨୦୦୦ରୁ କଶ୍ମୀରରେ ଘଟିଥିବା ବଡ଼ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୨୨।୪: ୨୦୦୦ରୁ ଜମ୍ମୁ-କଶ୍ମୀରରେ ବିଭିନ୍ନ ସମୟରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ବହୁ ନିରୀହ ଜନସାଧାରଣଙ୍କ ଜୀବନ ଯାଇଛି। ଏଠାରେ କେତୋଟି ବଡ଼ ଆକ୍ରମଣର ତଥ୍ୟ...

ପହଲଗାମ ଆକ୍ରମଣ ଉପରେ ହ୍ୱାଇଟ୍ ହାଉସର ନଜର, ଟ୍ରମ୍ପ କହିଦେଲେ ବଡ କଥା

ନୂଆଦିଲ୍ଲୀ,୨୨।୪: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଉପରେ ଆମେରିକା ନଜର ରଖିଛି। ହ୍ୱାଇଟ ହାଉସ ପ୍ରେସ ସେକ୍ରେଟାରୀ କାରୋଲାଇନ ଲିଭିଟ କହିଛନ୍ତି, “ରାଷ୍ଟ୍ରପତିଙ୍କୁ ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image