Advertisement
Categories: ଖେଳ

ପୁଅ ସମିର ରିଜଭିଙ୍କ ନିଲାମ ରାଶିର ପରିମାଣ ଶୁଣି ଖୁସିହେଲେ ରୋଗଗ୍ରସ୍ତ ପିତା

ନୂଆଦିଲ୍ଲୀ,୨୦।୧୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପାଇଁ ମଙ୍ଗଳବାର ଦୁବାଇରେ ଆୟୋଜିତ ହୋଇଥିବା ନିଲାମରେ ମେରୁଟ ଖେଳାଳିଙ୍କ ଉପରେ ବହୁ ପରିମାଣରେ ଧନ ବର୍ଷା ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ ମେରୁଟର ଯୁବ କ୍ରିକେଟର ସମୀର ରିଜଭିଙ୍କୁ ୮ କୋଟି ୪୦ ଲକ୍ଷ ଟଙ୍କାରେ ନିଜ ଆଇପିଏଲ ଦଳରେ ଅନ୍ତର୍ଭୁକ୍ତ କରିଛି। ଯେଉଁଥିରେ ତାଙ୍କ ଘର ଏବଂ ଗାଁରେ ଖୁସିର ବାତାବରଣ ଦେଖାଦେଇଛି। ପରିବାର ସଦସ୍ୟଙ୍କ ସହ ସମ୍ପର୍କୀୟମାନେ ଡ୍ରମର ବାଦ୍ୟରେ ନାଚୁଛନ୍ତି। ତାଙ୍କ ଘରେ ସମୀରଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ବହୁତ ଲୋକପହଞ୍ଚିଛନ୍ତି।

ମଙ୍ଗଳବାର ଆଇପିଏଲ ନିଲାମରେ ଚେନ୍ନାଇ ସୁପର କିଙ୍ଗ୍ସ, ଗୁଜୁରାଟ ଟାଇଟାନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଯୁବ ଖେଳାଳିଙ୍କ ପାଇଁ ନିଲାମ ରାଶିର ପରିଣାମ ଦେଖିବା ପରେ ସମୀର ରିଜଭି ଏବଂ ତାଙ୍କ ମାମୁଁ ତାନକିବ ଅଖତର ସେମାନଙ୍କ ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ। ଉତ୍ତରପ୍ରଦେଶର ଏହି ୨୦ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କୁ ଶେଷରେ ୮.୪୦ କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ କିଣିଥିଲେ। ରିଜଭି ପରିବାର ପାଇଁ ବହୁତ ସଂଘର୍ଷ ପରେ ଏହି ନୂଆ ମୋଡ଼ ଆସିଛି କାରଣ ସେମାନଙ୍କ ପିତା ହାସିନ ଅସୁସ୍ଥତା ହେତୁ କାମ କରିପାରୁ ନାହାଁନ୍ତି। ବର୍ତ୍ତମାନ ଶାରୀରିକ ଭାବେ ବହୁତ ଦୁର୍ବଳ ହୋଇଯାଇଥିବା ହାସିନ ତାଙ୍କ ପୁଅ ପାଇଁ ଗର୍ବିତ। ୩ବର୍ଷ ପୂର୍ବେ ମସ୍ତିଷ୍କରେ ରକ୍ତସ୍ରାବ ହୋଇଥିବା ହାସିନ ଆଶା କରିଛନ୍ତି ଯେ ତାଙ୍କ ପୁଅ ବର୍ତ୍ତମାନ ତାଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ଦେଇପାରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel