ମୋବାଇଲ ଛଡେଇ ନେବାରୁ ଜୀବନ ହାରିଲା ପୁଅ

କୋରାପୁଟ, ୧୨ା୧୦(ସ୍ବ.ପ୍ର.): କୋରାପୁଟ ସହରର ଗୌତମନଗରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଖେଳ ପାଇଁ ଜଣେ ନାବାଳକଙ୍କ ଜୀବନ ଯାଇଛି। ପରିବାର ଲୋକେ ମୋବାଇଲ ନ ଦେବାରୁ ସେ ଆତ୍ମହତ୍ୟା କରିଛନ୍ତି। ସେ ହେଉଛନ୍ତି ଗୌତମନଗର ନିବାସୀ ଶ୍ରୀନିବାସ ରାଓଙ୍କ ପୁଅ ବି. ମନୋହାର (୧୩)।

ମିଳିଥିବା ସୂଚନା ମୁତାବକ, ମନୋହର ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ। କରୋନା ଯୋଗୁ ବିଦ୍ୟାଳୟରେ ପାଠପଢା ବନ୍ଦ ଥିବାରୁ ସେ ମୋବାଇଲରେ ଅନ୍‌ଲାଇନ କ୍ଲାସ୍‌ କରୁଥିଲେ। ହେଲେ ଏହି ସମୟ ମଧ୍ୟରେ ସେ ଅଧିକାଂଶ ସମୟ ମୋବାଇଲରେ ଗେମ୍‌ ଖେଳୁଥିଲେ। ପରିବାର ଲୋକେ ତାଙ୍କୁ ଗେମ୍‌ ନ ଖେଳିବାକୁ ବୁଝାଇଥିଲେ ମଧ୍ୟ ସେ ଶୁଣୁ ନ ଥିଲେ। ମଙ୍ଗଳବାର ପରିବାର ଲୋକେ ତାଙ୍କଠାରୁ ମୋବାଇଲ ଫୋନ ଛଡାଇ ନେଇଥିଲେ। ଏଥିରେ ରାଗିଯାଇ ମନୋହର ଘରେ ଏକ ରୁମ୍‌ରେ ପଶି ଭିତରୁ କବାଟ ବନ୍ଦ କରି ବେକରେ ଶାଢ଼ି ବାନ୍ଧି ଫ୍ୟାନରେ ଓହଲି ପଡିଥିଲେ। ପରିବାର ଲୋକେ ବହୁ କଷ୍ଟରେ କବାଟ ଖୋଲି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କୋରାପୁଟ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଟାଉନଥାନା ପୋଲିସ ମେଡିକାଲଠାରେ ପହଞ୍ଚତ୍ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା(୧୦୫/୨୧) ରୁଜୁହୋଇ ତଦନ୍ତ ଜାରି ଥିବା ଏସ୍‌ଆଇ ସୁଦର୍ଶନ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ’ କଳହରୁ ଡିନାମାଇଟ ଲଗାଇ ଘର ଉଡାଇ ଦେଇଥିଲେ ସ୍ୱାମୀ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ କାଳିଞ୍ଜୀ ସାହିରେ ବୁଧବାର ଅପରାହ୍ନରେ ଡିନାମାଇଟ ଦ୍ଵାରା ଘର ବିସ୍ଫୋରଣ ଘଟଣାରେ ଅଭିଯୁକ୍ତଙ୍କୁ ତଦନ୍ତକାରୀ...

ତରଭୁଜ ବୋଝେଇ ଟ୍ରକରୁ ମିଳିଲା ୧୪୦ କେଜି ଗଞ୍ଜେଇ: ମାଷ୍ଟରମାଇଣ୍ଡ ହୋମ୍‌ଗାର୍ଡ ଗିରଫ

ବାଉଁଶୁଣୀ,୧୧।୪: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମାଷ୍ଟରମାଇଣ୍ଡ ମନମୁଣ୍ଡା ଥାନା ହୋମଗାର୍ଡ ସମାରୁ ସେଠୀଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ...

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୪(ସୁନିତ ମିଶ୍ର): ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ...

ନୂଳକୂପରୁ ବାହାରୁଛି ଦୂଷିତ ପାଣି, ଏହାକୁ ପିଇ ରୋଗାକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ

ମୋହନା,୧୧ା୪,(ମନ୍ମଥ ମିଶ୍ର): ନଳକୂଅରୁ ବାହାରୁଛି ନାଲି ପାଣି l ସେହି ଦୂଷିତ ପାଣି ପିଇ ନାନା ରୋଗର ଶିକାର ହେଉଛନ୍ତି ଗ୍ରାମବାସୀ l ଯେଉଁ ପାଣି...

୧୩୧ ବର୍ଷରେ ପହଞ୍ଚିଲା ବ୍ୟାଙ୍କ: ୧୬୦ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ଦେଇ କଲା ରେକର୍ଡ

ଦାରିଙ୍ଗବାଡ଼ି,୧୧ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ତା’ର ୧୩୧ବର୍ଷ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଶାଖା ପରିଚାଳକ...

ନବୀନଙ୍କୁ ରୋକଠୋକ ଜବାବ ଦେଲେ ବିଜେଡି ନେତା, ‘ଆମେ କେହି ଚାକିରି କରୁନୁ, ନାଲି ଆଖି ଦେଖାଇ ପାରିବେନି’

ଭୁବନେଶ୍ୱର,୧୧।୪: “ୱାକଫ ବିଲ୍ ଭୋଟ୍ ବିବାଦ ଏବଂ ପରବର୍ତ୍ତୀ ସମୟରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବୟାନକୁ ନେଇ ବିଜେଡିରେ ଦେଖାଦେଇଥିବା ଆଭ୍ୟନ୍ତରୀଣ ଅଶାନ୍ତି ବଢିଚାଲିଛି।...

ବାରମ୍ବାର ପାଟିରେ ଘା’ ହେଉଥିଲେ ରୁହନ୍ତୁ ସାବଧାନ! ହୋଇପାରେ ଏହି ସାଂଘାତିକ ରୋଗର ଲକ୍ଷଣ

ପାଟିରେ ଘା’ ହେବା ସାଧାରଣ କଥା, କିନ୍ତୁ କେତେକ ସମୟରେ ଏହି ଘା’ ଏକ ଗମ୍ଭୀର ରୋଗର ଲକ୍ଷଣ ମଧ୍ୟ ହୋଇପାରେ। ତେଣୁ ପାଟି ଘା’...

ରାଜସ୍ବ ବିଭାଗର ବଡ଼ ଆକ୍ସନ; ୧୮ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୧।୪: ରାଜ୍ୟରେ ଦୁର୍ନୀତିଗ୍ରସ୍ଥ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର। ଶତାଧିକ ପାର୍ଟ ପ୍ଲଟ୍ ବା ସବ୍‌ ପ୍ଲଟ୍ ପଞ୍ଜୀକୃତ କରାଇଥିବା ଅଧିକାରୀଙ୍କ ଉପରେ ଆକ୍ସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image