ବାପା ପୋଲିସରେ, ପୁଅ ଆକ୍ସିସ ବ୍ୟାଙ୍କରୁ ଲୁଟ୍‌ କରି ଫସିଲେ

ସୁନ୍ଦରଗଡ଼,୯।୧୧(ଡି.ଏନ୍‌.ଏ.): ପୋଲିସ ବାପାଙ୍କ ସର୍ଭିସ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍‌ କରିବା ପଡ଼ିଛି ମହଙ୍ଗା। ଲୁଟେରାଙ୍କୁ କାବୁ କରିଛି ପୋଲିସ। ସୁନ୍ଦରଗଡ଼ ଟାଉନ୍‌ ଥାନା ଆକ୍ସିସ ବ୍ୟାଙ୍କରୁ ମଙ୍ଗଳବାର ବନ୍ଧୁକ ଦେଖାଇ ପାଖାପାଖି ୧୫ ଲକ୍ଷ ଟଙ୍କା ଲୁଟ୍‌ କରି ଚମ୍ପଟ ମାରିବା ବେଳେ ପୋଲିସ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି। ଲୁଟେରାଜଣଙ୍କ ହେଲେ ଜୟଦେବ ନାଏକ।

ସୂଚନାନୁଯାୟୀ, ଦ୍ୱିପ୍ରହର ସମୟରେ ଜୟଦେବ ବାପାଙ୍କ ସର୍ଭିସ ବନ୍ଧୁକ ଆଣି ଆକ୍ସିସ ବ୍ୟାଙ୍କରୁ ଲୁଟ୍‌ କରିଥିଲେ। ପରେ ସେ ଜଣେ ବାଇକ ଚାଳକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଏବଂ ସେ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିରେ ତାଙ୍କର ବାମ ଗୋଡ଼ରେ ଗୁଳି ବାଜିଥିଲା। ସେ ଆହତ ହୋଇଥିବା ହେତୁ ଚିକିତ୍ସା ଲାଗି ତାଙ୍କୁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ସେ ସଦର ଥାନାର ଜଣେ ପୋଲିସ ଏଏସ୍‌ଆଇଙ୍କ ପୁଅ ବୋଲି ଜଣାପଡ଼ିଛି। ଲୁଟ୍‌ ଘଟଣାର ତଦନ୍ତ ଚାଲିଥିବା ବେଳେ ଏହା ପଛରେ ଅନ୍ୟ କାହାର ହାତ ରହିଛି ସେନେଇ ତଦନ୍ତ ଚାଲିଥିବା ଏସ୍‌ପି କହିଛନ୍ତି।

Share