୫ ଦିନ ହେବ ନିଖୋଜ ଥିଲେ ପୁଅ :ମିଳିଲା ଝୁଲନ୍ତା ମୃତଦେହ

ପୋଲସରା,୨୩ା୬(ସୁବ୍ରତ ବେହେରା): ପୋଲସରା ଥାନା ଅନ୍ତର୍ଗତ ମାଳତେନ୍ତୁଳିଆ ପଞ୍ଚାୟତ ହଂସାରାଳି ଗ୍ରାମର ଜଣେ ଯୁବକଙ୍କ ମୃତଦେହ କାନକାଟି କାଜୁ ତୋଟାରୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି। ସେ ହେଲେ ଜୟଦେବ ସ୍ବାଇଁଙ୍କ ପୁଅ ଚନ୍ଦନ (୨୩)। ଚନ୍ଦନ ୫ ଦିନ ହେବ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ଚାରିଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ପାଇପାରି ନ ଥିଲେ। ଶୁକ୍ରବାର କାଜୁ ତୋଟାରେ ଏକ ମୃତଦେହ ଝୁଲୁଥିବା ଗ୍ରାମର କେତେଜଣ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ତଦନ୍ତ କରିବା ସହ ଚନ୍ଦନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ପହଞ୍ଚତ୍ ମୃତଦେହ ଚିହ୍ନଟ କରିିଥିଲେ। ଚନ୍ଦନଙ୍କ ବାପାଙ୍କ କହିବା ଅନୁଯାୟୀ, ପୂର୍ବରୁ ଶାସନ ଗ୍ରାମର ଜଣଙ୍କ ସହ ପୁଅର ଗଣ୍ଡଗୋଳ ହୋଇଥିଲା। ସେ ମାରିଦେବ ବୋଲି କୁଆଡେ ପୁଅକୁ ଧମକ ଦେଇଥିଲା ବୋଲି ଜୟଦେବ କହିଛନ୍ତି। ଘୁମୁସର ଜିଲା ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ ଚନ୍ଦନଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଘଟଣା ଉପରେ ପୋଲିସ ସହିତ ଆଲୋଚନା କରିଥିଲେ। ପୋଲିସ ୭/୨୦୨୩ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଏଏସଆଇ ଦାମୋଦର ଦେହୁରୀ ସୂଚନା ଦେଇଛନ୍ତି।