Categories: ଜାତୀୟ

ଏହି ରାଜନେତାଙ୍କ ଉପରେ ରାଗିଲେ ସୋନା ମହାପାତ୍ର

ଚେନ୍ନାଇ,୨୬।୩: କଣ୍ଠଶିଳ୍ପୀ ସୋନା ମହାପାତ୍ର ଡିଏମ୍‌କେ ନେତା ଡିଣ୍ଡିଗୁଲ ଲିୟୋନିଙ୍କ ବିବାଦୀୟ ବୟାନ ଉପରେ ପ୍ରବଳ ରାଗିଛନ୍ତି। ଲିୟୋନି ତାମିଲନାଡୁରୁ ପ୍ରାର୍ଥୀ ହୋଇଛନ୍ତି। ଏକ ନିର୍ବାଚନ ପ୍ରଚାରରେ ସେ ମହିଳାମାନଙ୍କ ଶରୀରକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ଦେଶର ମଡର୍ନ ନାରୀ ଏବେ ୮ ନମ୍ବର ଶେପ୍‌ ପରି ବି ଦେଖାଯାଉନାହାନ୍ତି। କାରଣ ଏମାନେ ବିଦେଶୀ ଗାଈଙ୍କ କ୍ଷୀର ପିଉଛନ୍ତି। ସୋନା ମହାପାତ୍ର ଏମିତି କମେଣ୍ଟ ଦେଇଥିବା ରାଜନେତାଙ୍କୁ ମୁର୍ଖ ବୋଲିସ କହିଛନ୍ତି।

ସୋନା ଟୁଇଟ୍‌ କରି କହିଛନ୍ତି, ତାମିଲନାଡୁରୁ ଆରମ୍ଭ କରି ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ଏମିତି ଅନେକ ମୁର୍ଖ ରହିବେ। ଯେଉଁମାନେ ମହିଳା ବିରୋଧୀ ମନ୍ତବ୍ୟ ଦେବେ। କ’ଣ ମୁର୍ଖଙ୍କ ଏମିତି ବାକ୍ୟ ଲୋକଙ୍କୁ ଆକର୍ଷିତ କରିପାରିବ?

Share