ବମ୍ବେ: ଜୀବନରେ ଯଦି କେବେ ମୃତ୍ୟୁ ଆସେ, ତେବେ କେକେଙ୍କ ପରି ଆସୁ। କିଛି ଏଭଳି ଆଶା ରଖିଥିବା କହିଛନ୍ତି ଗାୟିକା ସୋନା ମହାପାତ୍ର। ଯଦି ଲାଇଭ୍ କନସର୍ଟ ପରେ ତାଙ୍କର ମୃତ୍ୟୁ ହୋଇଯାଏ, ତେବେ ସେ ଧନ୍ୟ ମନେ କରିବେ ବୋଲି ଟୁଇଟ୍ କରି କହିଛନ୍ତି ସୋନା।
ଏହାଛଡ଼ା କେକେଙ୍କୁ ମନେପକାଇ ସୋନା କହିଛନ୍ତି, ସେ ମଞ୍ଚ ଉପରେ ମହାନ ଥିଲେ। ତାଙ୍କର ସୁନ୍ଦର ବ୍ୟାଣ୍ଡ ରହିଥିଲା। ସେ ତାଙ୍କ ମୂଲ୍ୟବୋଧ ଏବଂ ପ୍ରତିଶ୍ରୁତିକୁ ନେଇ ଜଣା ଥିଲେ। ସେ କାମ କରିଥିଲେ, କେବେ ପାର୍ଟି କରି ନ ଥିଲେ କିମ୍ବା କୌଣସି ଗୋଷ୍ଠୀର ଅଂଶ ନ ଥିଲା। ସେ ଜଣେ ଲାଜକୁଳା ପାରିବାରିକ ବ୍ୟକ୍ତି ଥିଲେ ବୋଲି ସୋନା କହିଛନ୍ତି।
If I were to go, I’d be blessed to after a live concert. Wrap up my time doing what I was born to & move to more musical realms. KK was fantastic on stage,great band, impeccable reputation in the circuit, gold in matters unglamorous- would never undercut to compete,family man. 💔
— Sona Mohapatra (@sonamohapatra) June 1, 2022