ନୂଆ ଫ୍ଲାଟ୍‌ କିଣିଲେ ସୋନାକ୍ଷୀ, ଫଟୋ ଶେୟାର କରି କହିଲେ…

ମୁମ୍ବାଇ: ଆଜିକାଲି ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଚର୍ଚ୍ଚାରେ ରହୁଛନ୍ତି। ସୋନାକ୍ଷୀ ବେଳେବେଳେ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଆଉ ବେଳେବେଳେ ରିଲେସନଶିପ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରହୁଛନ୍ତି। ଏଥର ସୋନାକ୍ଷୀ ତାଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ନୂଆ ଖବର ଦେଇ ଚର୍ଚ୍ଚାକୁ ଆସିଛନ୍ତି।

ଏହି ଅଭିନେତ୍ରୀ ମୁମ୍ବାଇରେ ଏକ ନୂଆ ଫ୍ଲାଟ୍‌ କିଣିଛନ୍ତି, ଯାହାର ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଘର ଭିତରୁ ବହୁତ ସୁନ୍ଦର। ଘର ଭିତର ଅପେକ୍ଷା ବାହାରର ଦୃଶ୍ୟ ବେଶ୍‌ ମନଲୋଭା। ସେ ସି’ ଫେସିଂ ଫ୍ଲାଟ୍‌ କିଣିଛନ୍ତି। ଘର ଭିତରେ ଥାଇ ସମୁଦ୍ରର ସୁନ୍ଦର ଦୃଶ୍ୟ ଉପଯୋଗ କରିପାରିବେ। ପ୍ରଶଂସକମାନେ ତାଙ୍କ ନୂଆ ଘରକୁ ଖୁବ୍‌ ପସନ୍ଦ କରିଛନ୍ତି।

ସୋନାକ୍ଷୀ ଏହା ପୂର୍ବରୁ ୨୦୨୧ରେ ବାନ୍ଦ୍ରାଠାରେ ୪ ବିଏଚ୍‌କେ ଘର କିଣିଥିଲେ। ଏବେ ସେ ଆଉ ଏକ ଫ୍ଲାଟ୍‌ କିଣିଛନ୍ତି। ସୋନାକ୍ଷୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋ ସହିତ ସୋନାକ୍ଷୀ ନୂଆ ଘର ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ବି ଦେଇଛନ୍ତି।

ଫଟୋରେ ଦେଖିପାରିବେ ସୋନାକ୍ଷୀ ତାଙ୍କ ଘରେ ନୂଆ ଆସବାବପତ୍ର ସେଟ୍‌ କରୁଛନ୍ତି। ଫଟୋ ଶେୟାର କରି ସୋନାକ୍ଷୀ ଲେଖିଛନ୍ତି, ବହୁତ କଷ୍ଟ: ଚାରା, ବାସନ, ଆଲୋକ, ପ୍ଲେଟ୍‌, କୁଶନ, ଚେୟାର ଏବଂ ଟେବୁଲ, ଫୋକ୍‌, ସିଙ୍କ୍‌, ଡବା ଆଦି କରିବା ସହଜ ନୁହେଁ’। ସୋନାକ୍ଷୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହା ଉପରେ ମନ୍ତବ୍ୟ ଦେଇ ୟୁଜରମାନେ ସୋନାକ୍ଷୀଙ୍କୁ ନୂଆଘର ପାଇଁ ଅଭିନନ୍ଦନ ଜଣାଉଛନ୍ତି।

Share