ସୋନାକ୍ଷୀଙ୍କ ପାଖରେ ସଲମାନ, ଆଲିଆଙ୍କ ପାଖରେ କରନ୍‌ ଅଛନ୍ତି କହିଲେ ଶ୍ରଦ୍ଧା

ମୁମ୍ବାଇ,୪।୫: କରନ ଜୋହରଙ୍କ ଲୋକପ୍ରିୟ ଶୋ କଫି ଓ୍ବିଥ୍‌ କରନ୍‌ରେ ସେଲିବ୍ରେଟିଙ୍କ ବହୁ ସିକ୍ରେଟ୍‌ କଥା ଭାଇରାଲ ହୋଇଥାଏ। ଏହି ଶୋ ରେ ସେଲିବ୍ରେଟିମାନେ ଏପରି ଫ୍ରାଙ୍କ୍‌ଲି ଷ୍ଟେଟେମେଣ୍ଟ ଦେଇଥାନ୍ତି ଯାହା ସେମାନେ ଗଣମାଧ୍ୟମରେ ପ୍ରକାଶ କରିବାକୁ ହଡବଡ ହୋଇଯା’ନ୍ତି। ତେବେ ନିକଟରେ କଫି ଓ୍ବିଥ୍‌ କରନ୍‌ ଶୋ ରେ ଶ୍ରଦ୍ଧା କପୁର ତାଙ୍କ ସାଥୀ ଅଭିନେତ୍ରୀଙ୍କୁ ନେଇ ଏପରି ଏକ ବିବୃତ୍ତି ଦେଇଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଫିଲ୍ମ ଇଣ୍ଡଷ୍ଟ୍ରିରେ ସମସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ଶ୍ରଦ୍ଧା କପୁର ବହୁତ ଶାନ୍ତ ଏବଂ ବାଲାନ୍ସଡ୍‌ କଥାବାର୍ତ୍ତା କରୁଥିବା କ୍ୟାଟୋଗୋରୀରେ ରୁହନ୍ତି। ସେ ନିଜକୁ ବିବାଦରୁ ସବୁବେଳେ ଦୂରେଇ ରଖିଥାନ୍ତି। କିନ୍ତୁ ଯେତେବେଳେ ବି ସୁଯୋଗ ମିଳେ, ସେ ନିଜ କଥାକୁ ରଖିବାକୁ ହାତଛଡ଼ା କରନ୍ତି ନାହିଁ। ତେବେ ଶ୍ରଦ୍ଧା କପୁର କଫି ଓ୍ବିଥ୍‌ କରନ୍‌ ଶୋ ରେ ତାଙ୍କ ସମସାମୟିକ ଅଭିନେତ୍ରୀମାନେ ଇଣ୍ଡଷ୍ଟ୍ରିରେ ପାଇଥିବା ଫାଇଦା ବିଷୟରେ କହିଥିଲେ।

ଶୋ ରେ ରାପିଡ୍‌ ଫାୟାର୍‌ ଗେମ୍‌ରେ ଶ୍ରଦ୍ଧା ତାଙ୍କ ମନକଥା ସବୁ ବଖାଣିଥିଲେ। କିପରି ସେ ବଡ ବଡ ସେଲିବ୍ରେଟିଙ୍କ ସହ ସମ୍ପର୍କରେ ନ ରହିବା ଯୋଗୁ ଇଣ୍ଡଷ୍ଟ୍ରିରେ ଅନେକ ଥର କ୍ଷତି ସହିବାକୁ ପଡିଛି। ତେବେ ଗେମ୍‌ରେ ତାଙ୍କୁ ଗୋଟିଏ ପ୍ରଶ୍ନ ପଚରା ଯାଇଥିଲା ଯେ, ତାଙ୍କ ସାଥୀ ଅଭିନେତ୍ରୀମାନଙ୍କ ପାଖରେ ଏମିତି କ’ଣ ଜିନିଷ ଅଛି ଯାହା ତାଙ୍କ ପାଖରେ ନାହିଁ। କରନ୍‌ ଜୋହର ଗୋଟି ଗୋଟି କରି ଅଭିନେତ୍ରୀମାନଙ୍କ ନାଁ ନେଇଥିଲେ ଏବଂ ଶ୍ରଦ୍ଧା ଏହାର ଉତ୍ତର ରଖିଥଲେ।

କରନ ପରିଣୀତି ଚୋପ୍ରା, ଆଲିଆ ଭଟ୍ଟ ଏବଂ ସୋନାକ୍ଷୀ ସିହ୍ନାଙ୍କ ନାଁ ନେଇ ପ୍ରଶ୍ନ କରିଥିଲେ। ଶ୍ରଦ୍ଧା ଉତ୍ତର ଦେଲେ, ପରିଣୀତଙ୍କ ପାଖରେ ଆଦି ଚୋପ୍ରା, ସୋନାକ୍ଷୀଙ୍କ ପାଖରେ ସଲମାନ ଖାନ୍‌ ଏବଂ ଆଲିଆଙ୍କ ପାଖରେ ଆପଣ ଅଛନ୍ତି।
ତେବେ ଏହି ଭାଇରାଲ କ୍ଲିପ୍‌ ନିକଟରେ ଏକ ଇନଷ୍ଟାଗ୍ରାମ୍‌ ପେଜ୍‌ ଶ୍ରଦ୍ଧାକପୁରଫ୍ୟାନ୍ସଫର୍‌ଫରଲାଇଫ୍‌ରେ ସେୟାର କରାଯାଇଛି। ଯେଉଁଥିରେ ଫ୍ୟାନ୍ସମାନେ ଭିଡିଓକୁ ବହୁତ ମାତ୍ରାରେ ଦେଖିବା ସହ କମେଣ୍ଟସ୍‌ ମଧ୍ୟ କରିଛନ୍ତି।

Share