ରୋଷେଇ ଶିଖୁଛନ୍ତି ସୋନାକ୍ଷୀ

ବସିବାଠାରୁ କାଶିବା ଭଲ। ଦେଖୁନାହାନ୍ତି, ସେ ସାଇନ୍‌ କରିଥିବା ଫିଲ୍ମର ଶୁଟିଂ ଆରମ୍ଭ ହୋଇନାହିଁ। ତେଣୁ ଘରେ ବସି ରହିବା ଅପେକ୍ଷା ସେ ଗୋଟିଏ କାମରେ ମନୋନିବେଶ କରିଛନ୍ତି। ତାହା କ’ଣ ଜାଣନ୍ତି ? ନୂଆ ନୂଆ ରୋଷେଇ ଶିଖୁଛନ୍ତି। ହଁ, ସେ ହେଲେ ସୋନାକ୍ଷୀ ସିହ୍ନା। ଏ ବିଷୟରେ ସେ କହନ୍ତି, ‘ଏବେ ତ ମୋ ହାତରେ ୨-୩ ସପ୍ତାହ ସମୟ ଅଛି। ତେଣୁ ଏହି ସମୟ ଭିତରେ ମୁଁ ନୂଆ ନୂଆ ରୋଷେଇ ଶିଖିବାକୁ ସ୍ଥିର କରିଛି। ଏ ନେଇ ମୋତେ ମମି ଯଥେଷ୍ଟ ସାହାଯ୍ୟ କରୁଛନ୍ତି। ବର୍ତ୍ତମାନ ତ କରୋନା ସମୟ। ନହେଲେ ସାଙ୍ଗମାନଙ୍କର ଏକ ଗେଟ୍‌ ଟୁଗେଦର କରିବାକୁ ଇଚ୍ଛା ଥିଲା। ମୁଁ ରୋଷେଇ କରିଥିବା ନୂଆ ଖାଦ୍ୟର ମଜା ସେମାନେ ନେଇଥାଆନ୍ତେ। ପିଲାଟିଦିନରୁ ମୋର ଖାଦ୍ୟ ପ୍ରତି ଦୁର୍ବଳତା ରହିଛି। ମନଲୋଭା ଖାଦ୍ୟ ଦେଖିଲେ ତାହାକୁ ନ ଖାଇଲେ ମୋ ମନ ଶାନ୍ତି ହୋଇ ନ ଥାଏ।’

Share