୭୪ କୋଟିର ମାଲିକାଣୀ ସୋନାକ୍ଷୀ

ମୁମ୍ବାଇ: ଦବଙ୍ଗ, ରାଓଡି ରାଠୋର ଏବଂ ବୁଲେଟ ରାଜା ଭଳି ସୁପରହିଟ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସୋନାକ୍ଷୀ ତାଙ୍କ କଠିନ ପରିଶ୍ରମ ଆଧାରରେ କୋଟି କୋଟି ସମ୍ପତ୍ତିର ମାଲିକାଣୀ ହୋଇଛନ୍ତି।
ସୋନାକ୍ଷୀ ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୪ କୋଟି ଟଙ୍କା ନିଅନ୍ତି। ଏହା ବ୍ୟତୀତ, ସେ ବିଜ୍ଞାପନଗୁଡ଼ିକରୁ ଭଲ ଆୟ କରନ୍ତି। ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୭୪ କୋଟି ଟଙ୍କା।
ସୋନାକ୍ଷୀଙ୍କର ମୁମ୍ବାଇରେ ନିଜର ଏକ ବିଳାସପୂର୍ଣ୍ଣ ଘର ଅଛି। ସେ ୨୦୧୩ରେ ଏହି ଘର କିଣିଥିଲେ। ତାଙ୍କ ଘରର ମୂଲ୍ୟ ୧୧.୩ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ଘର ବ୍ୟତୀତ ସୋନାକ୍ଷୀଙ୍କ ମୁମ୍ବାଇ ଏବଂ ଅନ୍ୟାନ୍ୟ ସହରରେ ମଧ୍ୟ ଅନେକ ସମ୍ପତ୍ତି ଅଛି।
ସୋନାକ୍ଷୀ ସିହ୍ନାଙ୍କର କାର୍‌ ପ୍ରତି ଅଧିକ ଦୁର୍ବଳତା ରହିଛି। ଅଡ ସାଙ୍ଗକୁ ବିଏମଡବ୍ଲୁ, ରେଞ୍ଜ ରୋଭର ଏବଂ ମର୍ସିଡିଜ ଭଳି ମହଙ୍ଗା ବ୍ରାଣ୍ଡର ଗାଡି ତାଙ୍କର ଅଛି। ଗତ କିଛି ବର୍ଷ ମଧ୍ୟରେ ସୋନାକ୍ଷୀ ସିହ୍ନାଙ୍କ ସମ୍ପତ୍ତି ପ୍ରାୟ ୨୭ ପ୍ରତିଶତ ବୃଦ୍ଧି ପାଇଛି।

Share