ପ୍ରଥମ ଫିଲ୍ମ ପାଇଁ ନିଜର ଓଜନ କମାଇଥିଲେ ସୋନାକ୍ଷି

ମୁମ୍ବାଇ: ବଲିଉଡର ଦବଙ୍ଗଗର୍ଲ ଭାବେ ପରିଚିତ ସୋନାକ୍ଷି ସିହ୍ନା ଶୁକ୍ରବାର ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। ୨ ଜୁନ ୧୯୮୭ରେ ସୋନାକ୍ଷିଙ୍କର ଜନ୍ମ ବିହାରର ପାଟନାରେ ହୋଇଥିଲା। ବଲିଉଡର ନାଁ କରା ଅଭିନେତା ଶତ୍ରୁଘ୍ନ ସିହ୍ନା ଓ ପୁନମ ସିହ୍ନାଙ୍କର ଝିଅ ହେଉଛନ୍ତି ସୋନାକ୍ଷି ସିହ୍ନା। ଆର୍ଯ୍ୟା ବିଦ୍ୟା ମନ୍ଦିର ମୁମ୍ବାଇରେ ସ୍କୁଲ ଶିକ୍ଷା ଶେଷ କରି ସୋନାକ୍ଷି ଶ୍ରୀମତି ନାଥିବାଇ ଦାମୋଦର ଠାକରସି ମହିଳା ବିଦ୍ୟାପୀଠ ମୁମ୍ବାଇରେ ଫ୍ୟାଶନ ଡିଜାଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
ସୋନାକ୍ଷି ୨୦୦୫ରେ ଫିଲ୍ମ ‘ମେରା ଦିଲ ଲେକର ଦେଖୋ’ରେ କଷ୍ଟ୍ୟୁମ ଡିଜାଇନର ଭାବେ ବଲିଉଡରେ ତାଙ୍କର କ୍ୟାରିୟର ଆରବମ୍ଭ କରିଥିଲେ। ବହୁତ କମ ଲୋକ ଜାଣନ୍ତି କି ସୋନାକ୍ଷି ଫିଲ୍ମରେ ଅଭିନୟ କରିବା ପୂର୍ବରୁ ମଡେଲ ଭାବେ କାମ କରୁଥିଲେ। ୨୦୦୮-୨୦୦୯ରେ ସୋନାକ୍ଷି ଲାକମେ ଫ୍ୟାଶନ ଓ୍ବିକରେ ର଼୍ୟାମ୍ପରେ ଚାଲିଥିଲେ। ଏହାପରେ ୨୦୧୦ରେ ସଲମାନ ଖାଁଙ୍କ ସହ ମୁଭି ‘ଦବଙ୍ଗ’ରୁ ବଳିଉଡରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଏହା ସୁପରହିଟ ହେବା ସହ ଏହି ମୁଭି ପାଇଁ ସୋନାକ୍ଷି ଫିଲ୍ମ ଫେୟାର ବେଷ୍ଟ ଡେବ୍ୟୁ ଆଓ୍ବାର୍ଡ ହାତେଇଥିଲେ।
ବହୁତ କମ ଲୋକ ଜାଣନ୍ତି ଫିଲ୍ମ ‘ଦବଙ୍ଗ’ ପାଇଁ ସୋନାକ୍ଷି ୩୦ କିଲୋ ଓଜନ କମାଇଥିଲେ। ଆଉ ସେହି ବର୍ଷ ହିଁ ମ୍ୟାକ୍ସିମ ମାଗାଜିନର ଇଣ୍ଡିଆନ ଏଡିସନରେ କଭର ଗର୍ଲ ହୋଇଥିଲେ। ଏହା ପୂର୍ବରୁ ତାଙ୍କ ଓଜନ ୯୦ କିଲୋ ଥିଲା ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା।

Share