ଭାଇଜାନଙ୍କୁ ପୂର୍ବରୁ ବିବାହ କରିଥିଲେ ଏହି ଅଭିନେତ୍ରୀ!

ମୁମ୍ବାଇ: ବଲିଉଡ୍‌ ଭାଇଜାନ -ସୋନାକ୍ଷୀ ସିହ୍ନା ଫିଲ୍ମରେ ଏକାଠୀ କାମ କରିଛନ୍ତି। ନିକଟରେ ସଲମାନ ଏବଂ ସୋନାକ୍ଷୀଙ୍କର ବିବାହ କରିସାରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ସେହି ଫଟୋଟି ନିଶ୍ଚିତ ଭାବରେ ନକଲି ଏବଂ ଏଡିଟିଂ ହୋଇଥିବା ଜଣାପଡିଛି। ଏହି ଫଟୋକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସୋନାକ୍ଷୀ। ଯେଉଁମାନେ ଏହି ଫଟୋକୁ ବିଶ୍ୱାସ କରୁଥିଲେ ସେମାନଙ୍କୁ ‘ମୂର୍ଖ’ ବୋଲି କହିଥଲେ ସୋନାକ୍ଷୀ। ଆଉ କହିଛନ୍ତି ଯେ, ତୁମେ ଏତେ ମୁର୍ଖ ଯେ ପ୍ରକୃତ ଏବଂ ମର୍ଫେଡ ଚିତ୍ର ମଧ୍ୟରେ ପାର୍ଥକ୍ୟ ଜାଣିପାରୁନ। ଫଟୋରେ ସଲମାନ ସୋନାକ୍ଷୀଙ୍କ ଆଙ୍ଗୁଠିରେ ଏକ ରିଙ୍ଗ ପିନ୍ଧାଉଥିବାର ଦେଖାଯାଉଛି। ଭାଇଜାନ ଏକ ଧଳା ସାର୍ଟ ଉପରେ ବଜରଙ୍ଗୀ ଏକ ଧଳା ସାର୍ଟ ଉପରେ ଏକ ବେଜି ଜ୍ୟାକେଟ ପିନ୍ଧିଥିବାବେଳେ ସୋନାକ୍ଷୀ ସିହ୍ନା ଏକ ନାଲି ରଙ୍ଗର ଶାଢୀ ପିନ୍ଧିଥିବା ଜଣାପଡିଛି।

Share