ପିତାଙ୍କ ସ୍ବପ୍ନ ପୂରଣ କଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏବେ ତାଙ୍କ ଓ୍ବେବ ସିରିଜ ‘ଦହାଡ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ଏହାଏକ ସସପେନ୍ସ-ଥ୍ରୀଲର ସିରିଜ। ଏହା ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି। ଏହି ଓ୍ବେବ ସିରିଜରେ ସୋନାକ୍ଷୀ ସିହ୍ନା ଜଣେ ପୋଲିସ ଅଫିସର ଚରିତ୍ରରେ ଅଭିନୟ କରିଛନ୍ତି। ଏବେ ସେ କହିଛନ୍ତି କି ତାଙ୍କ ପିତା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା ଚାହୁଁଥିଲେ କି ସେ ବଡ ହୋଇ ଜଣେ ପୋଲିସ ଅଫିସର ହୁଅନ୍ତୁ।
ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ, ସୋନାକ୍ଷୀ କହିଛନ୍ତି, ମୁଁ ଦୀର୍ଘଦିନ ହେବ ପାଓ୍ବାରଫୁଲ କ୍ୟାରେକ୍ଟର ଖୋଜୁଥିଲି। ଏହା ଏକ ମନଛୁଆଁ ଚରିତ୍ର। ଦୀର୍ଘଦିନ ପରେ ମୁଁ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛି। ଏବେତ ଛାତି ଥରୁଛି ହେଲେ ଏକ୍ସାଇଟମେଣ୍ଟ ରହିଛି॥ ଏହି ଶୋ’ ମାଧ୍ୟମରେ ମୋର ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ ହେବାକୁ ଯାଉଛି। ପ୍ରଥମଥର ଲାଗି ଅଡିଅନ୍ସ ମୋତେ ଲମ୍ବା ଫର୍ମାଟର ସିରିଜରେ ଦେଖିବାକୁ ଯାଉଛନ୍ତି।
ସୋନାକ୍ଷୀ କହିଛନ୍ତି, ଏହି ସିରିଜକୁ ନେଇ ମୋର ପିତା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା ଖୁବ ଖୁସି ଅଛନ୍ତି। କାରଣ ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ମୋ ପିତା ତାଙ୍କ ବନ୍ଧୁମାନଙ୍କୁ କହୁଥିଲେ ମୋ ଝିଅ ବଡ ହେଲେ ପୋଲିସ ଅଫିସର ହେବ। ତେଣୁ ମୁଁ ୟୁନିର୍ମ ପିନ୍ଧି ସର୍ବପ୍ରଥମେ ଏକ ଫଟୋ ବାପାଙ୍କ ପାଖକୁ ପଠାଇଥିଲି ଆଉ କହିଥିଲି ମୁଁ ତୁମ ସ୍ବପ୍ନ ପୂରଣ କରି ଦେଇଛି। ସେ ଏହି ଶୋ’କୁ ଦେଖିବାକୁ ଖୁବ ଉତ୍ସାହିତ ଅଛନ୍ତି। ଏହି ଶୋ’ ପାଇଁ ସୋନାକ୍ଷୀ ବାଇକ ଚଲାଇବା, ଜୁଡୋ ଓ ଆକ୍ସନ ଷ୍ଟଣ୍ଟର ଟ୍ରେନିଂ ନେଇଥିଲେ। ଏହି ଶୋ’ ୧୨ ମେ’ ୨୦୨୩ରେ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହେବାକୁ ଯାଉଛି।

Share