ଗର୍ଭବତୀ ଅଛନ୍ତି ସୋନାକ୍ଷୀ! ମେଡିକାଲରେ ପହଞ୍ଚିଲେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ବିବାହର ୧୫ ଦିନ ବିତି ନାହିଁ, କିନ୍ତୁ ଅଭିନେତ୍ରୀ ଗର୍ଭବତୀ ଥିବା ଜୋରଦାର ଆଲୋଚନା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଚର୍ଚ୍ଚା ହେଲାଣି କି, ସୋନାକ୍ଷୀ ଏବଂ ଜହିର ଖୁବ୍‌ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନକୁ୍‌ ସ୍ବାଗତ କରିବାକୁ ଯାଉଛନ୍ତି । ଏହି କାରଣରୁ ଦୁହେଁ ଶୀଘ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଇନଷ୍ଟାଣ୍ଟ ବଲିଉଡ ଓ ରେଡିଡ୍ଟ ପୋଷ୍ଟରେ ଦାବି ହୋଇଛି ଯେ, ସୋନାକ୍ଷୀ ସିହ୍ନା ଜହିରଙ୍କ ସନ୍ତାନର ମା ହେବାକୁ ଯାଉଛନ୍ତି। ତେଣୁ, ସେମାନେ ଶୀଘ୍ର ରେଜେଷ୍ଟ୍ରି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଆସନ୍ତୁ ଜାଣିବା ଏହି ପୋଷ୍ଟ ପଛର ସତ୍ୟତା କ’ଣ?

 

View this post on Instagram

 

A post shared by Instant Bollywood (@instantbollywood)

ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ଜୁନ ୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କର ହନିମୁନ ଉପଭୋଗ କରୁଛନ୍ତି । ଏହି ସମୟରେ ସୋନାକ୍ଷୀ ମାଆ ହେବା ନେଇ ଆଲୋଚନା ହୋଇଛି। ନିକଟରେ ଅଭିନେତ୍ରୀ ନିଜ ସ୍ବାମୀଙ୍କ ସହିତ ହସ୍ପିଟାଲ ବାହାରେ ନଜର ଆସିଥିଲେ, ସେତେବେଳେ ତାଙ୍କ ଗର୍ଭବତୀ ବିଷୟରେ ଅନେକ ଆଲୋଚନା ହୋଇଥିଲା । ତେବେ ଏହା ଗୁଜବ ପୋଲି ପ୍ରମାଣିତ ହୋଇଥିଲା । ଅର୍ଥାତ୍‌ ସୋନାକ୍ଷୀ ଡାକ୍ତରଖାନାରେ ପିତା ଶତ୍ରୁଘ୍ନ ସିହ୍ନାଙ୍କୁ ଭେଟିବାକୁ ଆସିଥିଲେ।

ତେବେ ଭାଇରାଲ ପୋଷ୍ଟକୁ ନେଇ ସୋନାକ୍ଷୀ କିମ୍ବା ତାଙ୍କ ସ୍ବାମୀ ଜହିର ଇକବାଲଙ୍କ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଏପରିକି ଉଭୟ ପରିବାର ଏପରି କୌଣସି ସୂଚନା ଦେଇନାହାଁନ୍ତି ଯାହା ସୋନାକ୍ଷୀ ସିହ୍ନା ପ୍ରକୃତରେ ଗର୍ଭବତୀ ବୋଲି ଦର୍ଶାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲଗେଜ୍‌ ହଜାଇ ଦେଲେ ଅନୁଷ୍କା ଶଙ୍କର: ସହାର୍ଯ୍ୟ ପାଇଁ କରିଥିଲେ…

ନୂଆଦିଲ୍ଲୀ,୪ା୧୦: ଖ୍ୟାତନାମା ସିତାର ବାଦକ ଅନୁଷ୍କା ଶଙ୍କର ଜର୍ମାନୀର ବର୍ଲିନ୍‌ରେ ତାଙ୍କ ଲଗେଜ୍‌ ହଜାଇ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖାଯାଇଥିଲା, ଯାହା ଅନେକ ସୋସିଆଲ...

୫୧ ବର୍ଷ ପୁରୁଣା ବିବାହ କାର୍ଡରୁ ଅମିତାଭଙ୍କୁ ନେଇ ବଡ଼ ଖୁଲାସା! ମିଳିଲା ଏଭଳି ପ୍ରମାଣ…

ବମ୍ବେ: ୧୯୭୩ ମସିହା ଜୁନ୍‌ ୩ ତାରିଖରେ ଜୟା ବଚ୍ଚନଙ୍କ ହାତ ଧରିଥିଲେ ବିଗ୍‌ ବି ଅମିତାଭ ବଚ୍ଚନ। ଏହି ବିବାହକୁ ୫୦ ବର୍ଷରୁ ଅଧିକ...

୧୬୦ କୋଟିର ଫିଲ୍ମ ରିଲିଜ ହେବା ପୂର୍ବରୁ ଡିସଚାର୍ଜ ହେଲେ ରଜନୀକାନ୍ତ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ମୁଭି ‘ବୈତାୟାନ’ର ରିଲିଜ ପୂର୍ବରୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଅକ୍ଟୋବର ୩ତାରିଖ ରାତି ପ୍ରାୟ ୧୧ଟା ସମୟରେ ଚେନ୍ନାଇର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ...

ନାଗା ଚୈତନ-ସାମନ୍ଥାଙ୍କ ଛାଡପତ୍ରକୁ ନେଇ ଉଠିଲା ଝଡ଼: ବର୍ଷିଲେ ନାଗାର୍ଜୁନ

ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଛାଡପତ୍ର ହୋଇଛି। ଉଭୟ ଆଗକୁ ବଢିଛନ୍ତି। ନାଗା ଏବେ ଅଭିନେତ୍ରୀ ଧୂଲିପାଲାଙ୍କୁ ଡେଟ୍‌ କରୁଛନ୍ତି।...

କେବେ ଆସିବ ସେହି ଶୁଭଦିନ: ଦିନ ଗଣୁଛନ୍ତି ବରୁଣ

ବରୁଣ ଧାଓ୍ବନ ଏବେ ଦିନ ଗଣିବାରେ ବ୍ୟସ୍ତ। କାରଣ ସେ ଯେଉଁ ଫିଲ୍ମଟିକୁ ନେଇ ଢ଼େର ଆଶା ବାନ୍ଧି ବସିଛନ୍ତି ତାହା ଚଳିତ ବର୍ଷ ଡିସେମ୍ବର...

ଫିଲ୍ମ କ୍ୟାରିୟରକୁ ନେଇ ଚିନ୍ତାରେ ସୋନାକ୍ଷୀ

ସୋନାକ୍ଷୀ ସିହ୍ନା ଇତି ମଧ୍ୟରେ ହାତକୁ ଦି’ହାତ ହୋଇସାରିଛନ୍ତି। ତେବେ ଯେହେତୁ ବର୍ତ୍ତମାନ ସେ ଶୁଟିଂ ଠାରୁ ନିଜକୁ ଦୂରେଇ ରଖିଛନ୍ତି, ତେଣୁ ଏହି ଅବସର...

ଏଥର ଜମିବ ଦଶହରା ଲଢ଼େଇ: ପରସ୍ପରକୁ ଟକ୍କର ଦେବେ ଏହି ୪ ଫିଲ୍ମ

”ବିଶେଷଭାବରେ ପୂଜା ପାର୍ବଣ ଅବସରରେ ବଡ ପରଦାରେ ଓଡ଼ିଆ ସିନେମାର ଲଢ଼େଇ ବିଷୟରେ ବେଶ୍‌ ଆଲୋଚନା ହୁଏ। ହେଲେ ଏଥର ଦୁର୍ଗାପୂଜାରେ ଚାରୋଟି ଓଡ଼ିଆ ସିନେମା-‘କର୍ମ’,...

ନାଗାଚୈତନ୍ୟ-ସାମନ୍ତାଙ୍କ ଛାଡପତ୍ର ବିବାଦକୁ ନେଇ ମୁହଁ ଖୋଲିଲେ ଅଲ୍ଲୁ ଅର୍ଜୁନ, କହିଲେ ଅପମାନ…

ନୂଆଦିଲ୍ଲୀ,୩।୧୦: ନାଗା ଚୈତନ୍ୟ ସାମନ୍ତ ଋଥ ପ୍ରଭାଙ୍କୁ ଛାଡପତ୍ର ଦେଇଥିଲେ। ଏହା ପରେ ନାଗା, ଶୋଭିତା ଧୁଲିପାଲାଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ଫଟୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri