ବାନ୍ଦ୍ରା ସଡ଼କରେ ବୁଲେଟର ମଜା ନେଉଛନ୍ତି ଦବଙ୍ଗ ଗର୍ଲ

ମୁମ୍ବାଇ: ବଲିଉଡ ଦବଙ୍ଗଗର୍ଲ ଭାବେ ପରିଚିତ ସୋନାକ୍ଷୀ ସିହ୍ନାଙ୍କ ଭିନ୍ନରୂପ ଏବେ ଦେଖିବାକୁ ମିଳିଛି । ରୟାଲ ଏନଫିଲ୍ଡ ବୁଲେଟ ଚଢି ବାନ୍ଦ୍ରା ସଡ଼କ ଉପରେ ବୁଲୁଛନ୍ତି ଏହି ବଲିଉଡ୍ କୁଇନ୍ । ଭିନ୍ନ ଅନ୍ଦାଜରେ ତାଙ୍କୁ ଦେଖିବାକୁ ମିଳିଛି । ବ୍ଲାକ କଷ୍ଟ୍ୟୁମ ସହ ହ୍ୱାଇଟ କଲର ସୁ କ୍ୟାରିକରି ଖୁବ୍ ସୁନ୍ଦର ଲାଗୁଛନ୍ତି ସୋନାକ୍ଷୀ । ଏହାସହ ହେଲମେଟ କ୍ୟାରି କରିବାକୁ ବି ଭୁଲି ନାହାନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ବୁଲେଟ ଚଢି ବାନ୍ଦ୍ରା ରାସ୍ତାରେ ବୁଲୁଥିବାର କିଛି ଫଟୋ ସେ ସାସିଆଲ ମିଡିଆରେ ଶେୟାର କରିବା ପରେ ଏହା ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ନିକଟରେ ଫିଲ୍ମ ‘ଭୁଜ’ରେ ସାନାକ୍ଷୀ ନଜର ଆସିଥିବା ବେଳେ ତାଙ୍କ ଅଭିନୟକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ଆଉ ଏବେ ଖୁବଶୀଘ୍ର ସେ ‘କକୁଡା’ ଓ ‘ଶିବମ’ରେ ନଜର ଆସିବେ ବୋଲି ଜଣାପଡିଛି ।

Share