ପୁଣିଥରେ ସୋନାକ୍ଷୀଙ୍କ ସହ ରୋମାନ୍ସ କରିବେ ଅକ୍ଷୟ

ମୁମ୍ବାଇ: ବଲିଉଡ ମୁଭିର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ମୁଭି ‘ସେଲଫି’ ନିକଟରେ ରିଲିଜ୍ ହୋଇଥିଲା । ହେଲେ ଏହି ମୁଭିକୁ ଦର୍ଶକେ ଏତେ ପସନ୍ଦ କରି ନ ଥିଲେ । ଫଳରେ ବକ୍ସ ଅଫସରେ ଭଲ ବିଜନେସ ନ କରିପାରି ମୁଭିଟି ଫ୍ଲପ ହୋଇଛି । ଗତ ବର୍ଷ ବି ଅକ୍ଷୟଙ୍କ ଅଭିନୀତ ଗୋଟିଏ ବି ମୁଭି ହିଟ୍ ହୋଇ ନ ଥିଲା । ଲଗାତାର ଫ୍ଲପ ମୁଭି ଦେଇ ଚାଲିଥିବା ଅକ୍ଷୟ ଏବେ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି ବୋଲି କୁହାଯାଏ ।
ଏବେ କିନ୍ତୁ ଅକ୍ଷୟଙ୍କ ଆଉ ଏକ ମୁଭି ତାଙ୍କୁ ବକ୍ସ ଅଫିସର କିଙ୍ଗ କରିପାରେ । ସେଲ୍ଫି ପରେ ଏବେ ଅକ୍ଷୟଙ୍କ ମୁଭି ‘ବଡେ ମିଆଁ ଛୋଟେ ମିଆଁ’କୁ ଦର୍ଶକେ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । ତେବେ ଏହି ମୁଭିରେ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ଏଣ୍ଟ୍ରି ଦର୍ଶକଙ୍କ ଏକ୍ସାଇଟମେଣ୍ଟକୁ ଆହୁରି ବଢାଇ ଦେଇଛି । ନିକଟରେ ସୋନାକ୍ଷୀ ସ୍ପଷ୍ଟ କରିଥିଲେ କି ସେ ‘ବଡେ ମିଆଁ ଛୋଟେ ମିଆଁ’ରେ ଏଣ୍ଟ୍ରି କରି ଖୁବ୍ ଏକ୍ସାଇଟେଡ ଅଛନ୍ତି । ଏଥିରେ ସୋନାକ୍ଷୀଙ୍କ ବ୍ୟତିତ ଟାଇଗର ର୍ଶ୍ରଫ ବି ନଜର ଆସିବେ । ଏବେ ଏକ ଅପଡେଟ୍ସ ହେଉଛି ଅକ୍ଷୟଙ୍କ ଏହି ମୁଭିକୁ ସୁପରହିଟ୍ କରିବାକୁ ଏବେ ସାନାକ୍ଷୀ ଅକ୍ଷୟଙ୍କ ସହ ଆସିଯାଇଛନ୍ତି । ସୋନାକ୍ଷୀ ମିଡିଆ ସହ କଥା ହୋଇ କହିଛନ୍ତି ଅକ୍ଷୟଙ୍କ ସହ କାମ କରିବା ଖୁସିର କଥା ।
ସୂଚନାଯୋଗ୍ୟ, ସୋନାକ୍ଷୀ ଏହାପୂର୍ବରୁ ୨୦୧୨ରେ ଅକ୍ଷୟଙ୍କ ସହ ମୁଭି ‘ରାଓଡି ରାଠୋଡ’ରେ କାମ କରି ସାରିଛନ୍ତି । ଏହାସହ ‘ୱାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ ଦୋବାରା, ହଲିଡେ, ମିଶନ ମଙ୍ଗଳ ମୁଭିରେ ଅକ୍ଷୟଙ୍କ ସହ କାମ କରିଛନ୍ତି ଦବଙ୍ଗ ଗର୍ଲ । ସୋନାକ୍ଷୀ ସଲମାନଙ୍କ ମୁଭି ‘ଦବଙ୍ଗ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିବା ବେଳେ ଏଥିରେ ତାଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଥିଲେ । ଏଥର ସେ ମୁଭି ‘ବଡେ ମିଆଁ ଛୋଟେ ମିଆଁ’ରେ ଅକ୍ଷୟଙ୍କ ସହ ପୁଣି ରୋମାନ୍ସ କରିବାକୁ ଆସିଥିବା ବେଳେ ଟାଇଗରଙ୍କ ସହ କିନ୍ତୁ ପ୍ରଥମଥର ଅଭିନୟ କରିବାକୁ ଯାଉଛନ୍ତି ।

Share