ବୟ ଫ୍ରେଣ୍ଡଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୋନାକ୍ଷୀ!

ମୁମ୍ବାଇ: ବଲିଉଡ୍ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏବେ ତାଙ୍କ ବିବାହକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ‘ନୋଟବୁକ’ର ଆକ୍ଟର ଜହିର ଇକବାଲଙ୍କ ସହ ତାଙ୍କର କିଛି ସମ୍ପର୍କ ରହିଛି ବୋଲି ଆଲୋଚନା ହେଉଛି । ଉଭୟ ପରସ୍ପରକୁ ବେଶ୍ କିଛିଦିନ ହେବ ଜାଣିଥିବା ବେଳେ ଏବେ କୁହାଯାଉଛି କି ସୋନାକ୍ଷୀ ଖୁବଶୀଘ୍ର ଜହିରଙ୍କୁ ବିବାହ କରିପାରନ୍ତି । ହେଲେ ଏହାକୁ ନେଇ ଏମାନେ କେବେ କିଛି କହି ନାହାନ୍ତି । ଏମିତିକି ଉଭୟଙ୍କର କିଛି ଫଟୋ କେବେବି ସୋସିଆଲ ମିଡିଆରେ ଦେଖିବାକୁ ମିଳିନାହିଁ । କିନ୍ତୁ ସେମାନେ ପରସ୍ପରର ବନ୍ଧୁ ବୋଲି ସମସ୍ତେ ଜାଣିଛନ୍ତି । ନିକଟରେ ଅର୍ଥାତ୍ ଡିସେମ୍ବର ୧୦ରେ ଜହିର ତାଙ୍କ ଜନ୍ମଦିନ ପାଳନ କରିଥିବା ବେଳେ ସୋନାକ୍ଷୀ ଭିନ୍ନ ଅନ୍ଦାଜରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସୋନାକ୍ଷୀ ଫଟୋ ଶେୟାର କରି ଲେଖିଛନ୍ତି, ବିଶ୍ୱକୁ ସବୁଠାରୁ ହଇରାଣ କରୁଥିବା ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା । ତୁମେ ବିଶ୍ୱର ଜଣେ ଭଲ ବ୍ୟକ୍ତିତ୍ୱ । ଜନ୍ମ ନେଇଥିବାରୁ ଶୁଭେଚ୍ଛା । ହାପି ବାର୍ଥ ଡେ’ ବାୟ । ଏହି ପୋଷ୍ଟରେ ସୋନାକ୍ଷୀ ବେଷ୍ଟ ବେଷ୍ଟ ଫ୍ରେଣ୍ଡ, ହ୍ୱାଟ ଏ ଗାଏ ଆଦି ଲେଖିଥିବାରୁ ପ୍ରଶଂସକମାନେ ଟିକେ ଅଡୁଆରେ ପଡି ଯାଇଛନ୍ତି । ଆଉ ଏହାର ଉତ୍ତରରେ ବି ଜହିର ପ୍ୟାରଭରା ଇମୋଜି ଶେୟାର କରିଛନ୍ତି । ଯାହା ପ୍ରଶଂସକଙ୍କ ପାଇଁ ଟିକେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ଆଉ ଏବେ ଆଲୋଚନା ହେଉଛି କି ଜହିର-ସୋନାକ୍ଷୀ କେବଳ ଭଲ ବନ୍ଧୁ ନୁହେଁ ଏମାନଙ୍କ ଭିତରେ କିଛି ତ ଅଛି ।

Share