କରଓ୍ବାଚୌଥରେ ସ୍ବାମୀଙ୍କ ପାଇଁ ସ୍ବତନ୍ତ୍ର ମଙ୍ଗଳସୁତ୍ର ପିନ୍ଧିଲେ ସୋନାକ୍ଷୀ: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାରା ଦେଶରେ ଧୂମଧାମରେ କରଓ୍ବାଚୌଥ ପାଳନ କରାଯାଇଛି। ବଲିଉଡରେ ମଧ୍ୟ ବିବାହିତ ଅଭିନେତ୍ରୀମାନେ ନିଜ ସ୍ବାମୀଙ୍କ ପାଇଁ ଉପବାସ କରିଥିଲେ। ବିବାହ ପରେ ଅନେକ ବଲିଉଡ ସୁନ୍ଦରୀଙ୍କର ଏହା ପ୍ରଥମ କରଓ୍ବାଚୌଥ ଥିଲେ। ସେମାନଙ୍କ ମଧ୍ୟରେ ସୋନାକ୍ଷୀ ସିହ୍ନା ଅନ୍ୟତମ। ସୋନାକ୍ଷୀ ମଧ୍ୟ ଜହିର ଇକବାଲଙ୍କ ସହ ବିବାହ ପରେ ପ୍ରଥମ ଥର ପାଇଁ କରଓ୍ବାଚୌଥ ପାଳନ କରିଥିଲେ। କରଓ୍ବାଚୌଥରେ ସେ କନ୍ୟା ବେଶରେ ସଜାଇ ହୋଇଥିଲେ। କିନ୍ତୁ ଗୋଟିଏ କଥା ଯାହା ଚର୍ଚ୍ଚାରେ,ତାହା ହେଉଛି ସେ ପିନ୍ଧିଥିବା ମଙ୍ଗଳସୁତ୍ର।

ସୋନାକ୍ଷୀ ତାଙ୍କର ପ୍ରଥମ କରଓ୍ବାଚୌଥରେ ଫଟୋ ଶେୟାର କରିଥିଲେ। ଏହି ସମୟରେ ସେ ନାଲି ଶାଢି ପିନ୍ଧିଥିବାର ନଜର ଆସିଥିଲେ। ତାଙ୍କ ହାତରେ ଚୂଡି, କପାଳରେ ଲାଲ ବିନ୍ଦି ପିନ୍ଧିଥିଲେ। ଏହି ସମୟ ତାଙ୍କ ମଙ୍ଗଳସୁତ୍ର ଉପରେ ସମସ୍ତଙ୍କ ନଜର ଥିଲା।

ସୋନାକ୍ଷୀ ଲେଖିଥିଲେ- ଆଜି ଏବଂ ପ୍ରତ୍ୟେକ ଦିନ ତୁମ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା। ଶୁଭ କରଓ୍ବାଚୌଥ ସ୍ବାମୀ ଜହିର ଇକବାଲ। ପ୍ରେମର ଏହି ଅନନ୍ୟ ପ୍ରତୀକ- ‘ମୋର BVLGARI ମଙ୍ଗଳସୁତ୍ର ଆମର ପ୍ରତିବଦ୍ଧତାର ସ୍ଥାୟୀ ସ୍ମୃତି ହେଉ।

ଆସନ୍ତୁ ଆପଣଙ୍କୁ କହିବା ଯେ ସୋନାକ୍ଷୀ ସିହ୍ନାଙ୍କ ଏହି BVLGARI ମଙ୍ଗଳସୁତ୍ରଟି ମୋତି ଏବଂ ହୀରା ସହିତ ସଜ୍ଜିତ। BVLGARI ର ଅଫିସିଆଲ ୱେବସାଇଟ ଅନୁଯାୟୀ, ଏହି ମଙ୍ଗଳସୁତ୍ରର ମୂଲ୍ୟ ୧୩ ଲକ୍ଷ ୬୦ ହଜାର ଟଙ୍କା।

Share