Advertisement

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଉଠାଇ ନେଇ ବିବାହ କରିବାକୁ ଚାହୁଁଥିଲେ ପାକିସ୍ତାନ କ୍ରିକେଟର୍‌

ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୫, ଜାନୁଆରୀରେ ୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ନବେ ଦଶକରେ ବଲିଉଡରେ ନାୟିକା ଭାବେ ଏଣ୍ଟ୍ରି କରିଥିଲେ ସେ। ସେତେବେଳେ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ସବୁଠାରୁ ଅଧିକ ଚର୍ଚ୍ଚିତା ହୋଇଥିଲେ ସେ। ତାଙ୍କର ଅନେକ ଦ୍ୱିୱାନା ଥିଲେ। ଜଣେ ଲୋକପ୍ରିୟ କ୍ରିକେଟ ତାରକା ମଧ୍ୟ ସାମିଲ ଥିଲେ। ପାକିସ୍ତାନୀ କ୍ରିକେଟର ସୋଏବ ଅଖତରଙ୍କ ସହ ସୋନାଲି ବେନ୍ଦ୍ରେଙ୍କର ନାଁ ଯୋଡା ହୋଇଥିଲା। ଏକଦା ରାଉଲପିଣ୍ଡି ଏକ୍ସପ୍ରେସ ନାଁରେ ବିଖ୍ୟାତ ସୋଏବ ସୋନାଲି ବେନ୍ଦ୍ରେଙ୍କ ପ୍ରେମରେ ଉବୁଟୁବୁ ହୋଇଥିଲେ। ସୋଏବ ଅଖତର ସୋନାଲିଙ୍କୁ ଏତେ ଭଲ ପାଉଥିଲେ ଯେ ସବୁବେଳେ ନିଜ ପର୍ସରେ ସୋନାଲିଙ୍କ ଫଟୋ ମଧ୍ୟ ରଖୁଥିଲେ। ସୋଏବ ଏକ ସାକ୍ଷାତକାରରେ ସ୍ବୀକାର କରିଥିଲେ ଯେ ଭାରତକୁ ଥରେ କ୍ରିକେଟ ମ୍ୟାଚ ପାଇଁ ଆସିଥିବା ବେଳେ ସୋନାଲି ବେନ୍ଦ୍ରେଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା। ପ୍ରଥମ ଦେଖାରେ ହିଁ ସୋଏବଙ୍କୁ ସୋନାଲି ପସନ୍ଦ ଆସିଥିଲେ। ତେବେ ଏହା ଏକତରଫା ପ୍ରେମ ଥିଲା ବୋଲି କୁହାଗଲା ସୋନାଲିଙ୍କ ସମ୍ପର୍କରେ ଥରେ ସୋଏବ ଅଖତର ଏକ ପ୍ରତିକ୍ରିୟାରେ କହିଥିଲେ ଯେ ସୋନାଲି ତାଙ୍କର ପ୍ରସ୍ତାବ ସ୍ବୀକାର ନ କରନ୍ତି, ତେବେ ସେ ତାଙ୍କୁ ଅପହରଣ କରି ନେଇଯିବେ। ସୋନାଲି ୨୦୦୨ରେ ନିର୍ଦ୍ଦେଶକ ଗୋଲଡି ବହଲଙ୍କୁ ବିବାହ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share