୨୦ ବର୍ଷ ପୁରୁଣା ଜ୍ୟାକେଟ ପିନ୍ଧିଲେ ସୋନାଲି

ମୁମ୍ବାଇ: ୯୦ ଦଶକର ନାୟିକା ସୋନାଲି ବେନ୍ଦ୍ରେ ଏବେ ଚର୍ଚ୍ଚାରେ । କିଛି ଦିନର ଅସୁସ୍ଥତା ପରେ ଏବେ ସେ ସୁସ୍ଥ ହୋଇ ପ୍ରାୟ ଅଭିନୟ ଦୁନିଆରୁ ଦୂରେଇ ରହିଛନ୍ତି । ନିକଟରେ ତାଙ୍କୁ ଏକ ରିୟଲିଟି ଶୋ’ରେ ଯୋଗ ଦେଇଥିଲେ । ଏବେ ସେହି ସମୟର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ନିକଟରେ ସୋନାଲି ରିୟଲିଟି ଶୋ’ ସୁପର ଡ୍ୟାନ୍ସର ୪ରେ ବିଚାରକ ଭାବେ ଯୋଗ ଦେଇଥିଲେ । ସେହି ସମୟରେ ସେ ଏକ ଜ୍ୟାକେଟ ପିନ୍ଧିଥିଲେ ଯାହା ୨୦ ବର୍ଷର ସ୍ମୁତିକୁ ମନେପକାଇ ଦେଇଛି । ସୋନାଲି ଯେଉଁ ଜ୍ୟାକେଟ ପିନ୍ଧିଥିଲେ ତାକୁ ଫେମଶ ଡିଜାଇନର ରୋହିତ ବଳ ଡିଜାଇନ କରିଥିଲେ । ଏହି ଜ୍ୟାକେଟକୁ ସୋନାଲି ଏତେ ବର୍ଷ ପର୍ଯ୍ୟନ୍ତ ସାଇତି ରଖିଥିଲେ । ସୁପରଡ୍ୟାନ୍ସର ୪ର ଶୁଟିଂରେ ଆସିଥିବା ସୋନାଲି ଏକ ଥ୍ରୋ ବ୍ୟାକ୍ ଫଟୋ ଶେୟାର କରି ଜ୍ୟାକେଟ ବିଷୟରେ ସୂଚନା ଦେଇଛନ୍ତି ।

Share