ୟେଲୋ ଶାଢୀରେ ନଜର ଆସିଲେ ସୋନାଲି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ତାଙ୍କ ସମୟର ଜଣେ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଥିଲେ ଜଣେ । ତାଙ୍କର ଅନସ୍କ୍ରିନ ଆକ୍ଟିଂ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତୁଥିଲା । ଏବେ ସୋସିଆଲ ମିଡିଆରେ ସେ କିଛି ପୋଷ୍ଟ କରି ନିଜର ଜଲୱା ଦେଖାଉଛନ୍ତି । ଶନିବାର ସୋନାଲି ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି । ଫଟୋରେ ସେ ୟେଲୋ କଲର ଶାଢୀ ପିନ୍ଧି ଥିବା ଦେଖାଯାଇଛି । ଫଟୋଟି ଶେୟାର କରି ସୋନାଲି ଲେଖିଛନ୍ତି, ଏହି ନାରୀ ତା’ର ଶାଢିକୁ ବହୁତ ପସନ୍ଦ କରେ । ହଳଦିଆ ଦିଲ ଓ ସ୍ମାଇଲ ଇମୋଜି ସହ ଫଟୋ ପୋଷ୍ଟ କରିଥିବା ବେଳେ ପ୍ରଶଂସକଙ୍କ କମେଣ୍ଟର ବନ୍ୟା ଦେଖିବାକୁ ମିଳିଛି । ଜଣେ ଲେଖିଛନ୍ତି ବାଃ ମ୍ୟାମ୍ ଆପଣ ବହୁତ ସୁନ୍ଦର ଲାଗୁଛନ୍ତି । ସୂର୍ଯ୍ୟଙ୍କ ରଶ୍ମୀ ଭଳି । ଆଉ ଜଣେ ଲେଖିଛନ୍ତି ଆମେ ଏହି ସୁନ୍ଦର ନାରୀଙ୍କୁ ସୁନ୍ଦର ଶାଢୀ ସହ ଭଲପାଇ ବସିଛୁ । ଆହୁରି କେତେଜଣ ଲଭଲି, ଭବ୍ୟ ବୋଲି ବି କମେଣ୍ଟ କରିଛନ୍ତି । ଆଉ କେତେଜଣ ହାର୍ଟ ଇମୋଜି ଦେଇଛନ୍ତି ।
ସୂଚନାଯୋଗ୍ୟ, ସୋନାଲି ୯୦ ଦଶକରେ ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ ଥିଲେ । ସେ ଜଣେ କ୍ୟାନସର ସର୍ବାଇଭର ହୋଇଥିବା ବେଳେ କିଛି ଟେଲିଭିଜନ ରିୟଲିଟି ଶୋ’ରେ ଜଜ ଭାବେ ତାଙ୍କୁ ଦେଖିବାକୁ ମିଳିଥିଲା । ଖୁବଶୀଘ୍ର ଅଭିନେତ୍ରୀ ‘ଦ ବ୍ରୋକନ ନ୍ୟୁଜ’ ସିିରିଜରେ ନଜର ଆସିବେ, ଯାହା ବ୍ରିଟିଶ ପ୍ରେସର ଅଫିସିଆଲ ରିମେକ ।

Share