ଓଟିଟିରେ ଡେବ୍ୟୁ କରିବେ ସୋନାଲି

ମୁମ୍ବାଇ: କିଛିଦିନ ହେବ ବଡ ପରଦାରୁ ଦୂରେଇ ରହିଥିବା ନାୟିକା ସୋନାଲି ବେନ୍ଦ୍ରେ ଖୁବଶୀଘ୍ର ଦ ବ୍ରୋକନ ନ୍ୟୁଜ ସହ ନିଜର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ଲୋକପ୍ରିୟ ବ୍ରିଟିଶ ସିରିଜ ପ୍ରେସର ଭାରତୀୟ ରୂପାନ୍ତର । ବିନୟ ବୈକୁଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସିରିଜରେ ଜୟଦିପ ଅହଲାବତ, ଶ୍ରୀୟା ପିଲଗାଁଓକର, ଇନ୍ଦ୍ରନୀଲ ସେନଗୁପ୍ତା, ତାରୁକ ରୈନା, ଆକାଶ ଖୁରାନା ଓ କିରଣ କୁମାର ନଜର ଆସିବେ ।
ଶୋ’ରେ ଦେଖିାକୁ ମିଳିବ ମୁମ୍ବାଇରେ ଅବସ୍ଥିତ ଦୁଇଟି ପ୍ରତିଦ୍ୱନ୍ଦି ନ୍ୟୁଜ ଚ୍ୟାନେଲ, ଆୱାଜ ଭାରତି, ଏକ ସ୍ୱତନ୍ତ୍ର, ନୈତିକ ସମାଚାର ଚ୍ୟାନେଲ ଓ ଜୋଶ ୨୪ ଘଣ୍ଟା ସମାଚାର, ଯାହା ସମ୍ବେଦନଶୀଳ ତଥା ଆକ୍ରମଣାତ୍ମକ ସାମ୍ବାଦିକତା ପ୍ରଦାନ କରିଥାଏ ଏବଂ ସମ୍ବାଦ ସନ୍ଧାନରେ ମୁଖ୍ୟ ଚରିତ୍ରମାନଙ୍କ ମଧ୍ୟରେ କ’ଣ ଘଟିଥାଏ ତା’ ଉପରେ ନଜର ରଖିଥାଏ ।
ଏହି ପ୍ରୋଜେକ୍ଟ ଜି-ଫାଇବରେ ଷ୍ଟ୍ରିମ ହେବ । ଏହାର ମୂଳ ଲେଖା ପୁରସ୍କାର ବିଜେତା ଲେଖକ ମାଇକ ବାର୍ଟଲେଟଙ୍କ ଦ୍ୱାରା ଲେଖାଯାଇଛି । ଏହା ଏକ ଲୁକ ଆଉଟ ପଏଣ୍ଟ, ବିବିସି ଷ୍ଟୁଡିଓ ଓ ଡିପ ଇଣ୍ଡିଗୋ ପ୍ରଡକସନ ଅଟେ । ଯାହା ମାଷ୍ଟର ପିସ ସହ ସହ ନିର୍ମିତ ଅଟେ । ଏହା ୨୦୧୮ରେ ୟୁକେରେ ବିବିସି ୱାନ ଓ ୟୁଏଏସରେ ପିପିଏସ ମାଷ୍ଟରପିସରେ ପ୍ରସାରିତ ହୋଇଥିଲା । ଯାହାର ମୂଳ ଶୃଙ୍ଖଳା ଟିଭି ନ୍ୟୁଜ ରୁମ ପରିବର୍ତ୍ତେ ପ୍ରିଣ୍ଟ ନ୍ୟୁଜ ରୁମରେ ସେଟ କରାଯାଇଥିଲା ।

Share