Categories: ଜାତୀୟ

ବିବାଦୀୟ କୁର୍ଲିସ କ୍ଲବ ଉପରେ ଚଢିଲା ବୁଲ୍‌ଡୋଜର

ପାଣାଜୀ,୯।୯: ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ସରକାର ଶୁକ୍ରବାର ବଡ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବିବାଦୀୟ କୁର୍ଲିସ କ୍ଲବକୁ ସରକାର ଭାଙ୍ଗି ଦେଇଛନ୍ତି। ସିଆର୍‌ଜେଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ଏହି ରେଷ୍ଟୁରାଣ୍ଟକୁ ବୁଲଡୋଜର ସହାୟତାରେ ଭାଙ୍ଗି ଦିଆଯାଇଥିଲା। ଏହି କ୍ଲବରେ ସୋନାଲି ଫୋଗାଟ ମୃତ୍ୟୁ ପୂର୍ବରୁ ପାର୍ଟି କରିବାର ଭିଡିଓ ସାମ୍ନାକୁ ଆସିଥିଲା। ଏହି କ୍ଲବରେ ଫୋଗାଟଙ୍କୁ ଡ୍ରଗ୍ସ ଦିଆଯାଇଥିଲା, ଯାହା ପରେ କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣାରେ ରେଷ୍ଟୁରାଣ୍ଟ ମାଲିକ ଏଡୱିନ ନ୍ୟୁନ୍ସଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା। ଏହି ମାମଲାରେ ସମୁଦାୟ ୪ ଜଣ ଗିରଫ ହୋଇଛନ୍ତି।

Share