Categories: ଜାତୀୟ

ସୋନାଲୀଙ୍କୁ ଦିଆଯାଇଥିଲା ଡ୍ରଗ୍ସ: ଗିରଫ ହେଲେ ୨ ସହଯୋଗୀ

ନୂଆଦିଲ୍ଲୀ,୨୬।୮: ହରିଆଣାର ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗୁରୁବାର ଆସିଥିବା ପୋଷ୍ଟମାର୍ଟମ ରିପୋର୍ଟରେ ସୋନାଲୀଙ୍କ ଶରୀରରେ କ୍ଷତଚିହ୍ନ ଥିବା ଦର୍ଶାଯାଇଥିବା ବେଳେ ଶୁକ୍ରବାର ଆଉ ଏକ ନୂଆ ଟୁଇଷ୍ଟ ଲୋକଲୋଚନକୁ ଆସିଛି। ସୋନାଲୀଙ୍କୁ ଜୋର ଜବରଦସ୍ତି ଡ୍ରଗ୍ସ ଦିଆଯାଇଥିବା ନେଇ ପୋଲିସ ଦାବି କରିଛି। ଅନ୍ୟପକ୍ଷେ ପୋଲିସ ଏହି ମାମଲାରେ ସୋନାଲୀଙ୍କ ୨ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ସହଯୋଗୀ ହେଲେ ସୁଧୀର ସାଙ୍ଗୱାନ ଓ ସୁୁଖବିନ୍ଦର। ଆଇଜି ଓମବୀର ସିଂ କହିଛନ୍ତି, ପୋଲିସକୁ ଏକ ସିସିଟିଭି ଫୁଟେଜ ହସ୍ତଗତ ହୋଇଛି। ଏଥିରେ ସୋନାଲୀଙ୍କ ମୃତ୍ୟୁ ପୂର୍ବରୁ ସହଯୋଗୀ ସାଙ୍ଗୱାନ ଏବଂ ସୁଖବିନ୍ଦରଙ୍କ ସହ ପାର୍ଟି କରୁଥିବାର ଦେଖିବାକୁ ମିଳିଛି। ଏପରିକି ତାଙ୍କୁ ଜୋର ଜବରଦସ୍ତି ଡ୍ରଗ୍ସ ଦିଆଯାଇଥିବା ଏହି ଫୁଟେଜ୍‌ରୁ ଅନୁମାନ କରାଯାଉଛି। ଏହାପରେ ତାଙ୍କୁ ଶୌଚାଳୟକୁ ନେଇ ୨ଘଣ୍ଟା କାଳ ସେଠାରେ ରଖିଥିଲେ। ଏହାକୁ ସୁଖବିନ୍ଦର ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି। ତେବେ ସେହି ସମୟରେ କ’ଣ ଘଟିଛି ତାହା ଅଭିଯୁକ୍ତମାନେ ପ୍ରକାଶ କରି ନ ଥିବା ବେଳେ ଏବେ ବି ଅସ୍ପଷ୍ଟ ରହିଛି ବୋଲି ଆଇଜି ସୂଚନା ଦେଇଛନ୍ତି।

Share