Categories: ଜାତୀୟ

ସୋନାଲି ଫୋଗଟଙ୍କୁ କରାଯାଇଛି ହତ୍ୟା, ସିବିଆଇ ତଦନ୍ତ ଦାବି କଲା ପରିବାର

ନୂଆଦିଲ୍ଲୀ,୨୪।୮: ଅଭିନେତ୍ରୀ ତଥା ହରିୟାଣାର ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇନାହିଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତାଙ୍କ ସହ ଗୋଆ ଯାଇଥିବା ଦୁଇଜଣ ସହଯୋଗୀ ଏହି ଷଡ଼ଯନ୍ତ୍ର ସହ ସମ୍ପୃକ୍ତ ଥିବା ସୋନାଲିଙ୍କ ଭାଇ ରିଙ୍କୁ ଫୋଗଟ କହିଛନ୍ତି। ସୋନାଲିଙ୍କ ବ୍ୟକ୍ତିଗତ ସହକାରୀ (ପିଏ) ସୁଧୀର ସଙ୍ଗ୍ବାନ ଓ ତାଙ୍କ ବନ୍ଧୁ ସୁଖଓ୍ବିନ୍ଦର ସିଂଙ୍କୁ ହତ୍ୟା ମାମଲାରେ ଗିରଫ କରାଯିବା ସହ ମାମଲାର ସିବିଆଇ ତଦନ୍ତ ଲାଗି ସେ ଦାବି କରିଛନ୍ତି। ସୁଧୀର ଭାଜପା ନେତ୍ରୀଙ୍କୁ ବଳାତ୍କାର କରିବା ସହ ତାଙ୍କୁ ବ୍ଲାକ୍‌ମେଲ କରିଆସୁଥିଲେ ବୋଲି ତାଙ୍କ ଭାଇ ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ଦାବିରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇବାକୁ ଦେଇ ନ ଥିଲେ। ଦୁଇ ଅଭିଯୁକ୍ତ ଗୋଆରେ ଥିଲେ ମଧ୍ୟ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଫୋଗଟଙ୍କ ପରିବାର କହିଛନ୍ତି।

Share